ଦିଲ୍ଲୀ ଶାହିନ୍ ବାଗରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ରବିବାର ରାତିରେ ଦିଲ୍ଲୀର ଶାହିନ୍ ବାଗ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ଶାହିନ୍ ବାଗର ସାତ ନମ୍ବରରେ ଥିବା ଏକ ଆସବାବପତ୍ର ଦୋକାନରେ ନିଆଁ ଲାଗିଥିବା ଜଣାପଡିଛି। ସୂଚନା ପାଇ ଅଗ୍ନିଶମ ବିଭାଗର ୪ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ନିଆଁ କିପରି ଲାଗିଲା ସେନେଇ ସଠିକ୍ ସୂଚନା ମିଳିନଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି।

 

 

Comments are closed.