ଲୁଗା ଦୋକାନରେ ନିଆଁ

ନବରଙ୍ଗପୁର: ଲୁଗା ଦୋକାନରେ ନିଆଁ। ନବରଙ୍ଗପୁର ସହର ରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପାରସନାଥ ଏମ୍ପପୋରୀୟମ ନାମକ ଏକ ଲୁଗା ଦୋକାନରେ ନିଆଁ ଲାଗିଛି। ଅପରାହ୍ନରେ ଲୁଗା ଦୋକାନ ରେ ହଠାତ ନିଆଁ ଲାଗି ଯାଇଥିଲା। କିଏ କିଛି ବୁଝିବା ପୂର୍ବରୁ ନିଆଁ ସହ ଧୂଆଁରେ ଦୋକାନ ଭର୍ତି ହୋଇଯାଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୋକାନ ପରିବେଶ ଧୂଆଁରେ ପୂର୍ଣ୍ଣ ହୋଇଯାଇଥିବାରୁ କ୍ଷୟକ୍ଷତି ସମ୍ପର୍କରେ ସଠିକ ଆକଳନ ହୋଇପାରିନାହିଁ।

ଏୟାର କଣ୍ଡିସନରରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦୋକାନ ମଧ୍ୟରେ ଚାରିଆଡେ କରାଯାଇଥିବା ସିଲିଂ ଭାଙ୍ଗି ଧୁଆଂକୁ ବାହାରକୁ କାଢ଼ିବା ଯନ୍ତ୍ରର ସହାୟତା ନିଆଯାଇଛି। ଘଟଣା ସ୍ଥଳରେ ତିନୋଟି ଦମକଳ ଗାଡି ନିୟୋଜିତ ରହିଛି।

Comments are closed.