ଡ଼ିବି ନିଆଁରେ ପୋଡ଼ି ହୋଇ ଭାଇ ଓ ଭଉଣୀ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲା ଗଉଡଗୁଡ଼ା ଗ୍ରାମରେ ମଙ୍ଗଳବାର ଡ଼ିବି ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏଥିରେ ଏକ ଘର ଆଂଶିକ ଜଳି ଯାଇଥିବା ବେଳେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ଭାଇ ଓ ଭଉଣୀ ଗୁରୁତର ହୋଇଛନ୍ତି। ଭଉଣୀର ବୟସ ୨ବର୍ଷ ହୋଇଥିବା ବେଳେ ଭାଇର ବୟସ ୮ବର୍ଷ ହୋଇଥିବା ସୂଚନା ମିଳିଛି। ଉଭୟ ଗୁରୁତର ଭାଇ ଓ ଭଉଣୀଙ୍କୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.