ଧାନ ଓ ପାଳ ଗଦାରେ ନିଆଁ

ପଦ୍ମପୁର : ପଦ୍ମପୁର ଉପଖଣ୍ତ ଗୁଠୁର୍ଲା ଗ୍ରାମର ତିନି ଜଣ ଚାଷୀଙ୍କ ଧାନ ଓ ପାଳ ଗଦାରେ ନିଆଁ ଲାଗି ବିପୁଳ କ୍ଷତି ହୋଇଛି ।ଉକ୍ତ ଗ୍ରାମର ଭଜରାଜ ସାହୁ, ଗୋପବନ୍ଧୁ ସାହୁ, ଦୁର୍ଯ୍ୟୋଧନ ସାହୁଙ୍କ ପ୍ରାୟ ଚାରି ଏକର ଧାନସହ ପାଳ ଗଦା ବିଲରେ ରଖିଥିଲେ ।କେହି ଜଣେ ଦୁର୍ବୃତ୍ତ ଧାନ ଓ ପାଳ ଗଦାରେ ନିଆଁ ଲଗାଇଦେଇଥିଲା। ଖବର ପାଇ ଚାଷୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।ତଦ୍ ସଙ୍ଗେ ଅଗ୍ନିଶ୍ରମ ବିଭାଗକୁ ଜଣାଇଥିଲେ । ଖବରପାଇ ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ନଷ୍ଟ ହୋଇଥିବା  ଧାନ ଓ ପାଳର ଆନୁମାନିକ ମୂଲ୍ୟ  ୮୦ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି ।

Comments are closed.