ଅଗ୍ନିକାଣ୍ଡରେ ଜଳିଗଲା ଚାଷଜମି

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ଚାଷଜମି ସହ ପାଳ ଗଦା ଜଳି ଭଷ୍ମୀଭୂତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗ୍ରାମରେ କୌଣସି କାରଣ ମତେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିକ୍ରମ ଭୋକ୍ତାଙ୍କ ଚଣା ଚାଷଜମି ଓ ପାଳଗଦା, ସମ୍ଭୁ ନାୟକଙ୍କ ଚାଷଜମି ଓ ପାଳଗଦା, ପଟେଲ କୁମାର ସାହୁଙ୍କ ଚାଷଜମି ଓ ପାଳଗଦା, ଧନମାଳି ସାହୁଙ୍କ ଚାଷଜମି ଓ ପାଳଗଦା ଜଳି ଭଷ୍ମୀଭୁତ ହୋଇଯାଇଥିଲା ।ଖବର ପାଇ ହରଭଙ୍ଗା ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହା ସହ ଗ୍ରାମବାସୀ ଏକ ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ଅଗ୍ନିବିପନ୍ନ ଗରିବ ଶ୍ରେଣୀର ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।

Comments are closed.