ତେଜରାତି ଦୋକାନ ଜଳିଗଲା

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ବଜାରରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ତେଜରାତି ଦୋକାନରେ ନିଆଁ ଲାଗି ବହୁ ରାସନ ସାମଗ୍ରୀ ପୋଡି ଯାଇଥିବାର ସୂଚନା ମିଳିଛି ।

ଘଟଣାରୁ ପ୍ରକାଶ ଯେ, ଶ୍ରୀ ମହାପାତ୍ର ଆଜି ମଧ୍ୟାହ୍ନରେ ଦୋକାନ ବନ୍ଦ କରି ଖାଇବାକୁ ଯାଇଥିବା ବେଳେ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ଏହାକୁ ଦେଖି କଳାପଥର ଦମକଳ ବାହିନୀକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ।

Comments are closed.