ଅଗ୍ନିକାଣ୍ଡରେ ଜଳିଗଲା ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସାଧୁପଡା ଗ୍ରାମର ସଚିତ୍ର କୁମାର ମହାନ୍ତଙ୍କ ଧାନ ଖଳାରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା ପୋଡ଼ି ନଷ୍ଟ ହୋଇଯାଇଛି । ଧାନ ଖଳାରେ ନିଆଁ ଲାଗିବା ଦେଖି ସଚିତ୍ର ଓ ପଡ଼ୋଶୀ ଲୋକେ ନିଆଁ ଲିଭାଇବାରେ ବିଫଳ ହେବା ପରେ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଅଗ୍ନିକାଣ୍ଡରେ ବିପୁଳ ପରିମାଣର ଧାନ ବିଡା ପୋଡ଼ି ନଷ୍ଟ ହୋଇଯାଇଛି ।

Comments are closed.