ପୁଣି ୧୧ କେଭି ବିଦ୍ୟୁତ ହେଲା କାଳ; ତାର ଛିଣ୍ଡି ଜଳିଗଲା ଧାନ ଗଦା

ବୁଗୁଡ଼ା : ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଧାନ ଗଦା । ଘଟଣା ଘଟିଛି ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ମତଝରୀ ଗ୍ରାମରେ। ଗ୍ରାମର ତ୍ରିଲୋଚନ ସେନାପତି ଧାନ କାଟି ନିଜ ବିଲରେ ଗଦା କରିଥିବା ବେଳେ ବିଲ ଉପରେ ଯାଇଥିବା ୧୧ କେଭି ତାର ଛିଣ୍ଡି ପଡିଯିବା ଫଳରେ ତ୍ରିଲୋଚନଙ୍କ ୮ ଭରଣ ଧାନ ପୋଡି ପାଉଁଶ ହୋଇଯାଇଛି । ସୌଭାଗ୍ୟବଶତଃ ସେ ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ। ସକାଳ ୭ଟାରେ ଏ ଘଟଣା ଘଟିଥିବା ବେଳେ ବୁଗୁଡ଼ା ବ୍ଲକ କରସିଂ ଗୁଡ଼ିସାହିରେ ଭୋଜି ହେଉଥିବା ସମୟରେ ଦିନ ସାଡେ ୧୦ଟାରେ ଚୁଲିରୁ ନିଆଁ ଝୁଲ ଉଡି ନିକଟରେ ଥିବା ଏକ ଧାନ ଗଦାରେ ପଡିବା ଫଳରେ ବିଶ୍ଵନାଥ ନାୟକଙ୍କ ୫ ଭରଣର ଧାନ ପୋଡି ଯାଇଥିଲା। ଉଭୟ ଘଟଣା ପରେ ଖବର ପାଇ ବୁଗୁଡ଼ା ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ସନ୍ତୋଷ କୁମାର ପରିଡାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.