ଧାନ ଖଳାରେ ନିଆଁ ଲାଗି ଜଳିଗଲା ପାଳଗଦା ସହ ଧାନ ବିଡା

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କେନ୍ଦେଇପଶି ପଞ୍ଚାୟତ ଖଜିରାପଶି ଗ୍ରାମର ଦୟାଚାନ୍ଦ ମହାନ୍ତଙ୍କ ଧାନ ଖଳାରେ ଆଜି ପୂର୍ବାହ୍ନରେ ନିଆଁ ଲାଗି ଅମଳ ପାଇଁ ଥିବା ଧାନ ବିଡା ସହ ପାଳ ଗଦା ଜଳିଯାଇଛି । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ପାଳ ଗଦାଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅଧିକାଂଶ ଧାନ ବିଡା ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି । ସେହିପରି ଟାଙ୍ଗରପଡା ଗ୍ରାମର ନିତ୍ୟାନନ୍ଦ ସାହୁଙ୍କ ଖଳାରେ ଥିବା ପାଳଗଦାରେ ମଧ୍ୟ ଆଜି ନିଆଁ ଲାଗି ଯାଇଥିଲା । ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

Comments are closed.