ମଧୁବନ ସ୍ଥିତ ହାଉସିଙ୍ଗ ବୋର୍ଡ କଲୋନୀରେ ଅଗ୍ନିକାଣ୍ଡ

ପାରାଦୀପ: ପାରାଦୀପ ମଧୁବନ ସ୍ଥିତ ହାଉସିଙ୍ଗ ବୋର୍ଡ କଲୋନୀରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ହାଉସିଙ୍ଗ ବୋର୍ଡ କଲୋନୀରେ ଥିବା ସାରଳା ଏଣ୍ଟରପ୍ରାଇଜର୍ସ ର ଷ୍ଟୋର ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ଷ୍ଟୋର ଘରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଅଗ୍ନିଶମ ବିଭାଗର ଦମକଳ ଗାଡି ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଟ୍‌ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଇଛି।

Comments are closed.