ପାଳ ଗଦାରେ ନିଆଁ ଲଗାଇବା ବେଳେ ଅଘଟଣ; ପୋଡ଼ି ହୋଇ ଯୁବକ ଗୁରୁତର

ଢେଙ୍କାନାଳ: କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି ଗାଁ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପାଳ ଗଦାରେ ନିଆଁ ଲଗାଇବା ବେଳେ ଜଣେ ଯୁବକ ପୋଡି ହୋଇ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। କିନ୍ତୁ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଶରୀରର ଅନେକ ଅଂଶ ପୋଡ଼ି ଯାଇଛି।

Comments are closed.