୪ଟି ଦୋକାନ ପୋଡି ଦେଲେ ଦୁର୍ବୃତ୍ତ

ପାରାଦୀପ : ପାରାଦୀପ ନିକଟସ୍ଥ କୁଜଙ୍ଗ ମାଳହୁଙ୍କା ବଜାରରେ ଦୁର୍ବୃତ୍ତମାନେ ୪ଟି ଦୋକାନ ପୋଡି ଦେଇଛନ୍ତି। ତେବେ ପୂର୍ବ ଶତ୍ରୁତାର ଏପରି କାଣ୍ଡ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାର ପ୍ରତିବାଦରେ ବ୍ୟବସାୟୀମାନେ ମାଳହୁଙ୍କା ବଜାର ବନ୍ଦ କରିଛନ୍ତି। ତେବେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।