ପୁଅର ନିଖୋଜ ନେଇ ଥାନାର ଦ୍ୱାରସ୍ଥ ହେଲେ ବାପା : ଆଶା ଓ ଆଶଙ୍କାରେ ପରିବାର

କଲମପୁର : ଗତ ୩୦ ତାରିଖ ରାତିରେ ଜଣେ ଯୁବକ ନିଜ କେଚିଏମ ବାଇକ ନେଇ କେଉଁ ଆଡେ ଫେରାର ହେଇଯାଇଥିବା ନେଇ ବାପା ଥାନାର ଦ୍ୱାରସ୍ଥ ହେବା ଭଳି ଘଟଣା ଏବେ ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ କର୍ଲାପାଟ ଗ୍ରାମର ସାରୁ ମାଝୀଙ୍କ ୨୦ ବର୍ଷିୟ ପୁଅ ମୃତ୍ୟୁଞ୍ଜୟ ଗତ ୩୦ ତାରିଖ (ମଙ୍ଗଳବାର)ଦିନ ନିଜ ବାପା ସହ ଶୋଇଥିଲା ।  କିନ୍ତୁ ରାତିରେ ସାରୁ ଉଠି ଦେଖିଲା ବେଳକୁ ନିଜ ପୁଅ ମୃତ୍ୟୁଞ୍ଜୟ ତା’ ଶୋଇବା ସ୍ଥାନରେ ନଥିଲା । ଘରୁ ବାହାରକୁ ଯାଇ ଦେଖିବା ବେଳକୁ ତାର କେଟିଏମ ଡିଉକ୍ ବାଇକ ଘରେ ନଥିଲା । ପାଖ ପଡୋଶୀଙ୍କ ଠାରୁ ତା’ର କୌଣସି ଖୋଜ ଖବର ମିଳିନଥିଲା। ପର ଦିନ ସକାଳ ପ୍ରାୟ ୮ଟା ବେଳେ ସେ ଭୁବନେଶ୍ୱରରେ ଅଛି ଓ ସେ ମରିଯିବ ବୋଲି କହି ତାର ମାଆକୁ ଫୋନ ଯୋଗେ ଜଣାଇଥିଲା । କିନ୍ତୁ ଅନ୍ୟ କିଛି କଥା ହେବା ପୂର୍ବରୁ ମୃତ୍ୟୁଞ୍ଜୟର ମାଆଙ୍କ ଫୋନ ସୁଇଚ ଅଫ୍ ହେଇଯାଇଥିଲା। ତାର କୌଣସି ସନ୍ଧାନ ମିଳି ନାହିଁ । ଅନ୍ୟପଟେ ମୃତ୍ୟୁଞ୍ଜୟ ଜଣେ ଉତ୍ତମ ସ୍ୱଭାବର ହେଇଥିବା ବେଳେ କେଉଁ ପରିସ୍ଥିତିରେ ଘରୁ ଚାଲିଯାଇଛି ସେ ନେଇ ପରିବାର ଚିନ୍ତିତ । ଅନ୍ୟପଟେ ସେ ମରିଯିବା କହିବା ପରେ ପରିବାର ଲୋକ ଆଶା ଓ ଆଶଙ୍କାରେ ଅଛନ୍ତି । ଏନେଇ ସାରୁ ମାଝୀ ଗୁରୁବାର ଥୁଆମୁଳ ରାମପୁର ଥଆନାକୁ ଆସି ନିଜ ପୁଅର ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Comments are closed.