ଛୁରାମାଡରେ ଯୁବକ-ଯୁବତୀ ଆହତ ଘଟଣା : ଯୁବକ ବିରୋଧରେ ଏତଲା ଦେଲେ ଯୁବତୀଙ୍କ ପରିବାର

ଗୁଣୁପୁର : ସ୍ଥାନୀୟ ମଣିଂ ସାହିରେ ଛୁରାମାଡରେ ଯୁବକ-ଯୁବତୀ ଆହତ ଘଟଣା ନେଇ ଯୁବକ ବିରୋଧରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସୂଚନା ଯୋଗ୍ୟ,  ଛୁରା ମାଡରେ ସ୍ଥାନୀୟ ମଣିଂ ସାହିରେ ଗତ ଗୁରୁବାର ଦିନ ଓନା କାଳି ପ୍ରଶାଦଙ୍କ ଝିଅ  ଓ ଶ୍ରୀକାକୁଲମର ଶାଗର ନାମକ ଯୁବକ ଗୁରୁତର ଭାବେ ଆହାତ ହୋଇଥିଲେ । ଯୁବତୀ ଜଣଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଓ ଯୁବକକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରିବା ପରେ ଚିକିତ୍ସିତ ହେଉଛନ୍ତି । ତେବେ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାକୁନେଇ ଗତକାଲି ଠାରୁ ସନ୍ଦେହ ଲାଗି ରହିଛି। ଏହା ମଧ୍ୟରେ ପୁଲିସ ଉକ୍ତ ଘରୁ ଗୋଟିଏ ରକ୍ତଲଗା ନୂଆ ଛୁରୀ, ରକ୍ତଭିଜା  କେତେକ ଲୁଗାପଟା ଓ ଆହତ ଯୁବକଙ୍କ ପକେଟରୁ ଚାରୋଟି ନୂଆ ବ୍ଲେଡ୍ ଜବତ କରିଛି। ସାଇଣ୍ଟିପିକ୍ଫି ଟିମ୍ ଘରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ପ୍ରିୟଙ୍କା ନିଜେ ବୟାନ ଦେଇ ଶାଗର ମତେ ରକ୍ଷା କରିବାକୁ ଆସିଥିଲା। ଅନ୍ୟ ଜଣେ ଅଜଣା ଯୁବକ ଏଭଳି କାଣ୍ଡ କରିଥିବା କହିବା ପରେ ମଧ୍ୟ ପ୍ରିୟଙ୍କାଙ୍କ ଜଣେ ବଡ ମାଆ ଆଜି ଥାନାରେ ଶାଗର ବିରୋଧରେ ଏତଲା ଦେଇଛନ୍ତି। ଶାଗର ଏହି କାଣ୍ଡ କରିଥିବା ସେଥିରେ ସେ ଉଲ୍ଲେଖ କରିଛନ୍ତି । ପୁଲିସ ମଧ୍ୟ ସେହି ଏତଲା ଆଧାରରେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଘଟଣାଟି ପ୍ରେମ ସମ୍ପର୍କ କୁ ନେଇ ହୋଇଥାଇ ପାରେ ଓ ପରବର୍ତ୍ତୀ ଅବସ୍ଥାରେ ଉଭୟଙ୍କ ମଧ୍ୟରେ ବିବାଦ କାରଣରୁ ଏଭଳି ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏମିତିକି ଉଭୟେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥାଇ ପାରନ୍ତି ବୋଲି ମଧ୍ୟ ଏସଡିପିଓ ଅଜୟ ବାରିକ କହିଛନ୍ତି ।

Comments are closed.