ହେମନ୍ତ ସୋରେନଙ୍କ ବିରୋଧରେ ଜାତିଗତ ଆକ୍ଷେପ, ରଘୁବର ଦାସଙ୍କ ନାମରେ ଏତଲା

ଜାମତରା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ସଭାପତି ତଥା ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାତିଗତ ଆକ୍ଷେପ କରିବା ବିଦାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ନେଇ ସୋରେନଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଗତ ୧୯ ତାରିଖରେ ସୋରେନ ମିହିଜାମ ଥାନାରେ ଏତଲା ଦେଇଛନ୍ତି। ରଘୁବର ତାଙ୍କ ଜାତିକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ସମ୍ନାନ ହାନି ହୋଇଥିବା ସୋରେନ ଏତଲାରେ ଅଭିଯୋଗ କରିଛନ୍ତି। ଉପଖଣ୍ଡ ପୁଲିସ ଅଧିକାରୀ ଅରବିନ୍ଦ ଉପାଧ୍ୟାୟ ଏହା ଉପରେ ତଦନ୍ତ କରୁଥିବା ଜାମତରା ଏସପି ଅଂଶୁମାନ କୁମାର କହିଛନ୍ତି। ଏ ସମ୍ପର୍କରେ ବିଜେପିର ଝାଡ଼ଖଣ୍ଡ ଶାଖା ମୁଖପାତ୍ର ପ୍ରତୁଲ ଶାହାଦେଓ କହିଛନ୍ତି, ସୋରେନଙ୍କ ଅଭିଯୋଗ ଅଯୌକ୍ତିକ ଏବଂ ହାସ୍ୟାସ୍ପଦ। ସୋରେନ ବିଜେପିକୁ ନେଇ ମହିଳା ବିରୋଧୀ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ ଏଭଳି ଅଭିଯୋଗ ଆଣିଛନ୍ତି।

Comments are closed.