ଆରମ୍ଭ ହେଲା ଖର୍ଚକାଟ: ବିମାନ ଓ ଟ୍ରେନ୍ ଯାତ୍ରାରେ କଟକଣା, ନୂଆ ନିଯୁକ୍ତି ଓ ଗାଡ଼ି କିଣା ବନ୍ଦ

ଭୁବନେଶ୍ବର: କରୋନା ପାଇଁ ଆର୍ଥିକ କଟକଣା ଜାରି କରିଛନ୍ତି ସରକାର। କରୋନା ଯୋଗୁ ଆର୍ଥିକ ସଂକଟ ସୃଷ୍ଟି ହୋଇଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା କହିଛନ୍ତି ଯେ କରୋନା ସଂକଟ ଯୋଗୁ ଏବେ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତି ପାଇଁ ନୂଆ ପଦବି ବାହାରିବ। ଆସନ୍ତା ୨ ବର୍ଷ ମଧ୍ୟରେ କୌଣସି ବିଭାଗ ନୂଆ ଗାଡ଼ି କିଣି ପାରିବେ ନାହିଁ।

ସନ୍ତା ୨ବର୍ଷ ପାଇଁ ନୂଆ ଗାଡ଼ି କିଣା ଉପରେ କଟକଣା। ଗସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହି ଅଧିକାରୀ କରିବେ ଭିଡିଓ କନଫରେନ୍ସି ବୈଠକ । ଦେଶ ବାହାରକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା । ସରକାରୀ ଖର୍ଚ୍ଚରେ କେବଳ ବିଜିନେସ୍ କ୍ଲାସ ବିମାନରେ ଯାତ୍ରା

ସେହିପରି ସରକାରୀ ଗସ୍ତରେ ଅଫିସରମାନେ ବିଦେଶଗସ୍ତ କିମ୍ବା ସରକାରୀ ଖର୍ଚ୍ଚରେ ବିଜ୍‌ନେସ୍‌ କ୍ଲାସରେ ବିମାନରେ ଯାତ୍ରା କରିପାରିବେ ନାହିଁ। ସରକାରୀ ଅଧିକାରୀଙ୍କୁ ପ୍ରଥମଶ୍ରେଣୀ ଏସି ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ବାରଣ କରାଯାଇଛି। ସରକାରୀ ଖର୍ଚ୍ଚରେ ବଡ଼ ତାରକା ହୋଟେଲ୍‌ରେ ବୈଠକ, ଆଲୋଚନାଚକ୍ର ଓ କର୍ମଶାଳା ଆୟୋଜନ ପାଇଁ ମନା କରାଯାଇଛି। ସବୁ ବିଭାଗ ଭିଡ଼ିଓ କନ୍‌ଫରେନ୍‌ସିଂକୁ ବେଶି ପ୍ରାଧ୍ୟାନ୍ୟ ଦେବା ଆବଶ୍ୟକ।

୨୦୨୨ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ନୂଆ ସରକାରୀ କୋଠା ନିର୍ମାଣ ବନ୍ଦ। ଜରୁରୀ ଆବଶ୍ୟକତା ଥିଲେ ନୂଆ ଟେଣ୍ଡର ପରିମାଣ ୫ କୋଟିରୁ ଅଧିକ ହେବ ନାହିଁ । ନିର୍ଦେଶନାମା ଜାରି କଲେ ଅର୍ଥ ବିଭାଗ ପ୍ରମୁଖ ସଚିବ

୩୧ ମାର୍ଚ୍ଚ ୨୦୨୦ ଯାଏ ଲିଭ୍‌ ଟ୍ରାଭେଲ୍‌ କନ୍‌ସେସନ୍‌(ଏଲ୍‌ଟିସି) ବନ୍ଦ କରାଯାଇଛି। ଏବେ ହାଉସ୍‌ ବିଲ୍‌ଡିଂ ଆଡ୍‌ଭାନ୍ସଡ୍‌, ମୋଟର କାର ଓ କମ୍ପ୍ୟୁଟର ଆଡ୍‌ଭାନ୍ସ ପାଇଁ ମନା ହୋଇଛି। ସବୁ ସରକାରୀ କର୍ମଚାରୀ ଡିଜିଟାଲ୍‌/ଇ-ଦସ୍ତଖତକୁ ଗୁରୁତ୍ବ ଦେବେ ଓ କାଗଜ ବ୍ୟବହାର କରିବେ ନାହିଁ। ଆଉଟ୍‌ସୋର୍ସିଂ ଓ ଅବସର ପରେ ଲାଗିଲା ରୋକ୍‌ ଲଗାଯାଇଛି। ଜରୁରୀ ପଦବୀ ପାଇଁ ଅର୍ଥ ବିଭାଗ ଠାରୁ ପୂର୍ବରୁ ଅନୁମତି ନେବାକୁ ହେବ ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ସବୁ ବିଭାଗକୁ ଚିଠି ଲେଖିଛନ୍ତି।

୨ବର୍ଷ ପାଇଁ ନୂଆ ଗାଡ଼ି କିଣା ଉପରେ କଟକଣା। ଗସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହି ଅଧିକାରୀ କରିବେ ଭିଡିଓ କନଫରେନ୍ସି ବୈଠକ । ଦେଶ ବାହାରକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା । ସରକାରୀ ଖର୍ଚ୍ଚରେ କେବଳ ବିଜିନେସ୍ କ୍ଲାସ ବିମାନରେ ଯାତ୍ରା

Comments are closed.