୨୦୨୧-୨୨ କେନ୍ଦ୍ର ବଜେଟ୍‍ : ଅର୍ଥମନ୍ତ୍ରୀଙ୍କ ପ୍ରାକ୍‍ ବଜେଟ୍‍ ଆଲୋଚନା

ନୂଆଦିଲ୍ଲୀ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ କେନ୍ଦ୍ର ବଜେଟ୍‍ ପୂର୍ବରୁ ସୋମବାର ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ପ୍ରାକ୍‍ ବଜେଟ୍‍ ଆଲୋଚନା ଆରମ୍ଭ କରିଛନ୍ତି। ଅର୍ଥ ସଚିବ ଡକ୍ଟର ଏ.ବି. ପାଣ୍ଡେ, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ୍‍, ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି. ସୁବ୍ରମଣ୍ୟନ୍‍ ଓ ବହୁ ବରିଷ୍ଠ ଅଫିସର ବୈଠକରେ ଅଂଶଗ୍ରହଣ କରୁଛନ୍ତି।

ସୂଚନାଯୋଗ୍ୟ ଏଇ କିଛି ବର୍ଷ ଧରି ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ବଜେଟ୍‍ ପ୍ରସ୍ତୁତ କରିବା ପୂର୍ବରୁ ପ୍ରାକ୍‍ ବଜେଟ୍‍ ଆଲୋଚନା
କରୁଛି। ଏଥିରେ ଶିଳ୍ପ ଓ ବଣିକ ସଂଘ, ବିଭିନ୍ନ ବାଣିଜ୍ୟ ସଂସ୍ଥା ଓ ଏ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କର ମତାମତ ନିଆଯାଉଛି।

Comments are closed.