ବିଶ୍ବକପ ଭାରତରେ ଆୟୋଜନ ପାଇଁ ଆଶା

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ସୂଚନା ; ଫିଫା ସହ ଆଲୋଚନା ଚାଲିଛି

ନୂଆଦିଲ୍ଲୀ : ଭାରତୀୟ ଫୁଟବଲ ସଂଘକୁ ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା (ଫିଫା) ନିଲମ୍ବିତ କରିବା ପରେ କେନ୍ଦ୍ର ସରକାରଙ୍କ ନିଦ ହଜି ଯାଇଛି। ଫିଫା ଭାରତ ନିକଟରୁ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ବକପ ଆୟୋଜନ ଅଧିକାର ପ୍ରତ୍ୟାହାର କରିନେଇଛି। ଫିଫାର ଏଭଳି କଠୋର ପଦକ୍ଷେପ ପ​‌େ​‌ର କେନ୍ଦ୍ର ସରକାର ଏଆଇଏଫଏଫ ସମସ୍ୟାର ସମାଧାନ ନେଇ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ ଆୟୋଜନ ନେଇ ଫିଫା ସହିତ ଆଲୋଚନା କରିବାକୁ ନିର୍ଦେଶ ଦେଇଥିଲେ। ୨୨ରେ ସୁପ୍ରିମକୋର୍ଟରେ ଚୂଡାନ୍ତ ଶୁଣାଣି ହେବାକୁ ଥିବାବେଳେ ଗୁରୁବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ମତ ରଖିଛନ୍ତି। ଏଆଇଏଫଏଫ ନିଲମ୍ବିତ ହେବ​‌ା ପରେ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ ଆୟୋଜନ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏହି ପ୍ରସଙ୍ଗରେ ଫିଫା ସହ ଆଲୋଚନା କରାଯାଇ ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରୟାସ ଚାଲିଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଫିଫା ସହ ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ ଆୟୋଜନ ନେଇ ଆଲୋଚନା ଚାଲିଛି। ଫିଫା ସହ ଆଉ ଦୁଇଟି ବୈଠକ ଆୟୋଜନ ନେଇ ସ୍ଥିର ହୋଇଛି। ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ ଆୟୋଜନ ପାଇଁ ଫିଫାର ଅନୁମତି ମିଳିବା ନେଇ ଆମେ ଦୃଢ ଆଶାବାଦୀ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏଆଇଏଫଏଫକୁ ଫିଫା ନିଲମ୍ବିତ କରିବା ପରେ ଏହି ଘଟଣାରେ ଭାରତ ସରକାର ମୁଣ୍ଡ ପୁରାଇବା ସହିତ ଶୀଘ୍ର ଏହି ସମସ୍ୟାର ସମାଧାନ ରାସ୍ତା ବାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ,ଏ.ଏସ୍‌ ବୋପନ୍ନା ଓ ଜେବି ପାରିଦୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ସରକାର, କମିଟି ଅଫ ଆଡମିନିଷ୍ଟ୍ରେସନ ଓ ଫିଫା ସହିତ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଆୟୋଜନ ଉପରେ ଆଲୋଚନା କରିବା ନେଇ ନିର୍ଦେଶ ଦେଇଥିଲେ। ସେହିପରି କେନ୍ଦ୍ର ସରକାର ଓ ସିଓଏ ଏଆଇଏଫଏଫ ନିର୍ବାଚନ ନେଇ କଣ ପଦକ୍ଷେପ ନେଇଛନ୍ତି ସେ ଉପରେ ମଧ୍ୟ ଅବଗତ କରାଇବାକୁ ସଲିସିଟର ଜେନେରାଲଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ୨୨ରେ ସୁପ୍ରିମକୋର୍ଟରେ ଚୂଡାନ୍ତ ଶୁଣାଣି ହେବ।

Comments are closed.