ଉତ୍ତର ପ୍ରଦେଶ : ବସରେ ଲାଗିଲା ନିଆଁ, ୧୫ ଯାତ୍ରୀ ଜୀବନ୍ତ ଦଗ୍ଧ ଆଶଙ୍କା

 

କନୌଜ : ଉତ୍ତର ପ୍ରଦେଶର କନୌଜରେ ଶୁକ୍ରବାର ଏକ  ଭୟାବହ ବସ୍‍ ଦୁର୍ଘଟଣା ଘଟିଛି। ଏଥିରେ ୧୫ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଆଶଙ୍କା କରାଯାଉଛି।

ଦିଲ୍ଲୀ-କାନପୁର ଜେଟି ରୋଡରେ ଶୁକ୍ରବାର ରାତିରେ ଗୁରସହାୟଗଞ୍ଜରୁ ଜୟପୁର ଯାଉଥିବା ଏକ ଡବଲ ଡେକର ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବସଟି ସଂମ୍ପୂର୍ଣ୍ଣ ଜଳି ଯାଇଛି । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ୧୫ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଆଶଙ୍କା କରାଯାଉଛି । ୨୬ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।

 

 

Comments are closed.