ଅନ୍‌ଲାଇନ୍‌ ଚେସ୍ ଅଲିମ୍ପିଆଡ୍‌: ଭାରତ-ରୁଷ ଯୁଗ୍ମ ବିଜେତା

ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଚେନ୍ନଇ  : ଫିଡେ ଅନଲାଇନ୍‌ ଚେସ୍‌ ଅଲିମ୍ପିଆଡରେ ଭାରତ ଓ ରୁଷ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ ଡ୍ର ରହିବାରୁ ଉଭୟଙ୍କୁ ଯୁଗ୍ମ ବିଜେତା ଭା​ବେ ଘୋଷଣା କରାଯାଇଥିଲା। ଭାରତ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ରାଉଣ୍ଡକୁ ପ୍ରତ୍ୟାବର୍ତ୍ତନ କରିଥିଲା। ମ୍ୟାଚ ଶେଷରେ ୩-୩ରେ ଡ୍ର ରହିଥିଲା। ଭାରତ ପକ୍ଷରୁ ନିଖିଳ, ଦିବ୍ୟା, କୋନେରୁ ହମ୍ପି, ବିଶ୍ବନାଥନ୍‌ ଆନନ୍ଦ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲେ।

ଭାରତର ଏହି ସଫଳତା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର କଠିନ ପରିଶ୍ରମ ଓ ଏକାଗ୍ରତା ସେମାନଙ୍କୁ ସଫଳତା ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନଙ୍କର ଏହି ସଫଳତା ଅନ୍ୟ ଖେଳାଳୀମାନଙ୍କୁ ନିଶ୍ଚିତ ପ୍ରଭାବିତ କରିବ। ଭଳ ଖେଳିଥିବାରୁ ପ୍ରଧାନମନ୍ତ୍ରୀ ରୁଷ ଖେଳାଳୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Comments are closed.