MEllora 950×100

୧୦ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ମଙ୍ଗଳବାର ବିଳମ୍ବିତ ରାତିରେ  ଓ଼ଲ୍ଡ ଏଲ ଆଇ ସି କଲୋନୀ  ସାହିର  ଶଶାଙ୍କ ଶେଖର ବେହେରାଙ୍କ ଘର ପାଖରେ ଏକ ଅଜଗର ସାପ ଥିବା ନେଇ ରଞ୍ଜନ ବଗର୍ତି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ,ଭି.ଜଗନ୍ନାଥ ରାଜୁ , ରବୀନ୍ଦ୍ର ମହାରଣା, ସନ୍ତୋଷ କୁମାର ବାରିକ ଏବଂ ଟିମ ଆବାହକ ଭି. ଲୋକନାଥ ରାଜୁ ଠିକଣା ସ୍ଥାନରେ ପହଞ୍ଚିଥିଲେ। ପ୍ରାୟ ୧୦ ଫୁଟ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ସହରଠୁ ଦୂର ଜଙ୍ଗଲରେ ଛାଡ଼ି ଥିଲେ। ମଧ୍ୟ ରାତ୍ରୀରେ ମଧ୍ୟ ଟିମ୍ ହ୍ୟୁମାନିଟି ଏହିଭଳି ତତ୍ପରତା ଦେଖି ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।

Comments are closed.