ଗୋଟିଏ ଯୁଇରେ ଜଳିଲା ମାଆ ଓ ଝିଅର ମରଶରୀର

ଫୁଲବାଣୀ :  ଗୋଟିଏ ଯୁଇରେ ଜଳିଲା ମାଆ ଓ ଝିଅର ମରଶରୀର । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ । ଗତକାଲି ଅପରାହ୍ନ ସମୟରେ ଫୁଲବାଣୀ ତ୍ରିଦେବ ନଗରରେ ବ।ସ କରୁଥିବା ବ୍ରଜବନ୍ଧୁ ମାଝୀଙ୍କ ଘର କାନ୍ଥ ପଡିଯିବାରୁ ପରିବାର ୪ ଜଣ  ଚାପି ହୋଇ ରହିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନୀଟି ସଦସ୍ୟ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲରେ ପହଞ୍ଚାଇଥିଲେ । କିନ୍ତୁ  ମେଡିକାଲରେ ପହଁଚିବା ପରେ ମାଆ ସୁରଥୀ ମାଝୀ ଓ ୫ ବର୍ଷର ଶିଶୁକନ୍ୟା ସ୍ମିତାରାଣୀ ମାଝୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ରାତି ହୋଇଯାଇଥିବାରୁ ଉଭୟଙ୍କ ଶବ ସତ୍କାର ହୋଇ ପାରିନଥିଲା । ଆଜି ସକ।ଳୁ ଉଭୟଙ୍କ ମରଶରୀର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକେ ଶବ ସତ୍କାର କରିଛନ୍ତି ।

Comments are closed.