ଦିନ ଦ୍ବିପ୍ରହରରେ ଦେଢ ଲକ୍ଷ ଝାମ୍ପି ନେଲେ ଦୁର୍ବୁତ୍ତ 

ଫୁଲବାଣୀ : ପୁଣି ଦିନ ଦ୍ବିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଲୁଟ।  ଏଭଳି ଘଟଣା ଘଟିଛି ଟାଉନ ଥାନା ନିକଟରୁ । ମଙ୍ଗଳବାର ସ୍ଥାନୀୟ ବୌଦ୍ଧ କେନ୍ଦ୍ର  ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଂଚଳର ହରିଶ୍ଚନ୍ଦ୍ର ପ୍ରଧନ ନାମକ ଜଣେ ଵ୍ୟକ୍ତି ଏକ ଲକ୍ଷ ପଚାଶ  ହଜାର ଟଙ୍କା ଉଠାଇ ଟଙ୍କା ଧରି ବ୍ୟାଙ୍କରୁ ବାହାରି ବାହାରକୁ ଆସି ବାଇକ ଡିକିରେ ରଖି ସେଇ ନିକଟରେ କଥା ହେଉଥିଲେ। ସେହି ସମୟରେ ଦୁଇ ଲୁଟେରା ଆଖି ପିଛୁଳାକେ ଡିକି ଖୋଲି ବ୍ୟାଗ ସହ  ଟଙ୍କା ନେଇ ବାଇକ ଯୋଗେ ଚମ୍ପଟ ମାରିଥିଲେ । ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ଵ୍ୟକ୍ତି ଏତେଲା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ସହରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସିସି ଟିଭି ଲଗାଯାଇଥିଲେମଧ୍ୟ କାମରେ ଆସୁଛି କି ନାହିଁ ଜଣାପଡ଼ୁନି। ଗତ ବର୍ଷକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ପାଞ୍ଚ ରୁ ସାତଟି ଲୁଟ ଘଟଣା ଘଟିଥିଲେ ମଧ୍ୟ ଟାଉନ ପୁଲିସକୁ କୌଣସି ଥିରେ ମଧ୍ୟ୍ୟ ସଫଳତା ମିଳିନଥିବା ଅଭିଯୋଗ ହୋଇଛି । ଖବରପାଇ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ  ଘଟଣାର ଛାନଭିନ କରୁଥିଲେ ମଧ୍ୟ ଏଯାଏଁ ଲୁଟରା ମାନଙ୍କ ଟେର ମିଳିନାହିଁ । କନ୍ଧମାଳ ଏସପି ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି ।

Comments are closed.