ପାର୍ବଣ ଉପଲକ୍ଷେ ଏସବିଆଇ କାର୍ଡର ଅଫର

ନୂଆଦିଲ୍ଲୀ/ ଭୁବନେଶ୍ୱର: ଭାରତର ଅଗ୍ରଣୀ କ୍ରେଡିଟ୍ କାର୍ଡ ପ୍ରଦାନକାରୀ ଏସବିଆଇ କାର୍ଡ ପକ୍ଷରୁ ଏହାର କାର୍ଡଧାରୀମାନଙ୍କ ପାଇଁ ଏହି ଉତ୍ସବ ଋତୁରେ ଆନନ୍ଦକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ୩ ଅକ୍ଟୋବର ୨୦୨୧ରୁ ‘ଦମଦାର ଦଶ’ ନାମକ ତିନି ଦିନିଆ ମେଗା ସପିଙ୍ଗ ଉତ୍ସବ ଅଫର ୨୦୨୧ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ୱତନ୍ତ୍ର ଅନଲାଇନ ସପିଙ୍ଗ ଉତ୍ସବରେ ଏସବିଆଇ କାର୍ଡଧାରୀମାନେ ଯେକୌଣସି ଘରୋଇ ଇ-କମର୍ସ ସାଇଟରେ ଅନଲାଇନ୍ ସପିଙ୍ଗ କରିବାର ସ୍ୱାଧୀନତା ପାଇବେ ଏବଂ ୧୦ ପ୍ରତିଶତ ଅର୍ଥ ଫେରସ୍ତ ପାଇବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇଏମଆଇ କାରବାରର ବଢ଼ୁଥିବା ଲୋକପ୍ରିୟତା ଅନୁରୂପ ଅନଲାଇନ୍ ମର୍ଚାଂଟ ଇଏମଆଇ କାରବାରରେ ମଧ୍ୟ ଏହି ଅଫର ଉପଲବ୍ଧ ହେବ। ‘ଦମଦାର ଦଶ’ ଉତ୍ସବ ଅଫର ୨୦୨୧ ଅବସରରେ ଗ୍ରାହକମାନେ ମୋବାଇଲ୍ ଏବଂ ଆକସେସୋରିଜ, ଟିଭି ଏବଂ ବଡ଼ ଉପକରଣ, ଲାପଟପ, ଟାବଲେଟ୍, ହୋମ ଫର୍ଣ୍ଣିସିଂ ଏବଂ ରୋଷେଇ ଉପକରଣ, ଫେସନ ଏବଂ ଜୀବନଶୈଳୀ, କ୍ରୀଡ଼ା ଏବଂ ଫିଟନେସ୍ ଇତ୍ୟାଦି ବ୍ୟାପକ ପ୍ରକାରର ଉତ୍ପାଦ କିଣିବାରେ ସକ୍ଷମ ହେବେ ଏବଂ ନଗଦ ଅର୍ଥ ଫେରିପାଇବେ। ବୀମା, ଭ୍ରମଣ, ୱାଲେଟ, ଅଳଙ୍କାର, ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ ଏବଂ ୟୁଟିଲିଟି ମର୍ଚାଂଟ ଆଦି କିଛି ବର୍ଗରେ କରାଯାଇଥିବା ଅନଲାଇନ୍ ଖର୍ଚ ପାଇଁ ଏହି ଅଫର ପ୍ରଯୁଯ୍ୟ ହେବ ନାହିଁ ବୋଲି ଏସବିଆଇ କାର୍ଡର ପରିଚାଳନା ନିର୍ଦେଶକ ତଥା ସିଇଓ ରାମ ମୋହନ ରାଓ ଅମାରା କହିଛନ୍ତି।

Comments are closed.