ପୂଜା ସମୟରେ ସଂକ୍ରମଣର ଦୈନିକ ବିଶ୍ଳେଷଣ କରାଯିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ପୂଜା ସମୟରେ କେଉଁ ଜିଲ୍ଲାରେ କେତେ କରୋନା ସଂକ୍ରମଣ ବଢୁଛି, ତାହାର ଦୈନିକ ବିଶ୍ଲେଷଣ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେଣୁ ପୂଜାରେ ସତର୍କ ରହିବା ଦରକାର।
ସେ କହିଛନ୍ତି ଯେ କରୋନା କଟକଣା ମାନିବାରେ ଟିକେ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ପାଖରୁ ଚ୍ୟାଲେଞ୍ଜ ଆରମ୍ଭ ହୋଇଯାଇଛି । ଯେଉଁଠି ଅଧିକ ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । କଟକ ଓ ଭୁବନେଶ୍ୱର ସଂକ୍ରମଣ ଅଧିକ ରହୁଛି । ଏଣୁ କଡ଼ାକଡ଼ି ନିୟମ ପାଳନ ଉପରେ ଅଧିକ ଫୋକସ ରହିଛି। ଭିଡ଼କୁ ଏଡେଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଭିଡିଓ କନଫରେନ୍ସିଂରେ ଆଲୋଚନା ହୋଉଛି।

Comments
Loading...