‘ସମାଜ ପୋର୍ଟାଲ’ର ପ୍ରଭାବ : ବେଆଇନ ସାର ଦୋକାନ ଉପରେ ଚଢ଼ାଉ, ୧୦୧ବସ୍ତା ସାର ଜବତ

ଚିକିଟି :  ଚିକିଟି ପେଣ୍ଠ କରବାଲୁଆରେ ସାର କଳାବଜାର ଖବର‘ସମାଜ ପୋର୍ଟାଲ’ରେ ପ୍ରକାଶିତ ପରେ ସ୍ଥାନୀୟ ତହସିଲଦାର ବିଶ୍ୱରଞ୍ଜନ କହଁର, ଜିଲା କୃଷି ଅଧିକାରୀ ଅକ୍ଷୟ କୁମାର ସାହୁ , ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ମହାନ୍ତି , ଶୁଭମ ପଟ୍ଟନାୟକ ପ୍ରମୁଖ ଆଜି ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଏଥିରେ ଦୁଇଜଣ ଦୋକାନୀ ଧରା ପଡିଥିବା ବେଳେ ଜଣେ ଦୋକାନ ଚାବି ପକାଇ ଫେରାର ହୋଇଯାଇଥିଲା । କରବାଲୁଆର ନରସିଂହ ପାତ୍ର ଓ ହରିଶ୍ଚନ୍ଦ୍ର ପାତ୍ରଙ୍କ ଦୋକାନରେ ଅଚାନକ ଚଢ଼ାଉ କରି ୬୫ ବସ୍ତା ୟୁରିଆ, ୨୨ ବସ୍ତା ଗ୍ରୋମର , ୧୬ ବସ୍ତା ଶ୍ୟାମଳ ଓ ୭ ବସ୍ତା ଡିଏପି ସାର ବସ୍ତା ଜବତ କରାଯାଇଛି । ଏନେଇ ଜିଲାପାଳ ଓ ଜିଲା କୃଷି ଅଧିକାରୀଙ୍କୁ ରିପୋର୍ଟ ପ୍ରାଦାନ କରାଯିବ । ଉପରୁ ନିର୍ଦେଶ ଆସିଲେ ସେହି ସାରକୁ ନିଲାମ ଡ଼କାଯାଇ ଚାଷୀଙ୍କୁ ଦିଆଯିବ ବୋଲି ତହସିଲଦାର ବିଶ୍ୱରଞ୍ଜନ କହଁର ସୁଚନା ଦେଇଛନ୍ତି ।

Comments are closed.