ଥାନାରୁ ଚମ୍ପଟ ବାଇକ୍‍ ଚୋର ଧରାପଡିଲା

ଫୁଲବାଣୀ: କନ୍ଧମାଳ ଜିଲା ସାରଙ୍ଗଡ ଥାନାରୁ ଚମ୍ପଟ ମାରିଥିବା ବାଇକ୍‍ ଚୋରକୁ ପୁଲିସ୍‍ ଧରିବାରେ ସକ୍ଷମ ହୋଇଛି। ସୂଚନା ଅନୁଯାୟୀ ଏକ ସପ୍ତାହ ତଳେ ସାରଙ୍ଗଗଡ଼ ଥାନା ବଣଗୁଡାର ମିଟୁନା ପୃଷ୍ଟିଙ୍କର ବାଇକ୍‍ ଚୋରୀ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତ ୧୨ ତାରିଖରେ ବଣ୍ଡଗୁଡା ପଞ୍ଚାୟତର ଗିନ୍ଦାପଙ୍ଗା ଗ୍ରାମର ପ୍ରିୟ ରଞ୍ଜନ ଓରଫ ପିଣ୍ଟୁ ଉକ୍ତ ଚୋରା ବାଇକ୍‍ ନେଇ ଫୁଲବାଣୀ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ। ପୁଲିସ୍‍ ପିଣ୍ଟୁକୁ ଉଦ୍ଧାର କରିବା ପରେ ସେ ଚଲାଉଥିବା ବାଇକ୍‍ ମିଟୁନାଙ୍କର ଜାଣିବା ପରେ ତାଙ୍କୁ ଥାନାରେ ଅଟକ ରଖିଥିଲା। ତେବେ କୌଶଳ କ୍ରମେ ପିଣ୍ଟୁ ଥାନାରୁ ଚମ୍ପଟ ମାରିଥିଲା। ପୁଲିସ୍‍ ଚାରିଆଡେ ତନାଘନା କରିବା ସହ ଆଜି ତାକୁ କ.ନୂଆଗାଁ ଅଞ୍ଚଳରୁ ଧରିବାରେ ପୁଣି ସକ୍ଷମ ହୋଇଛି।

Comments are closed.