ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ପୁଲିସ ନିକଟରେ ରବିବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। କେକେବିଏନ୍‌ ଡିଭିଜନର ମହିଳା ମାଓବାଦୀ କାନ୍ତି ମଲ୍ଲିକ କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କାନ୍ତି ୨୦୧୮ରୁ ମାଓବାଦୀଙ୍କ ପାର୍ଟି ମେମ୍ବର ଭାବେ କାମ କରୁଥିଲେ। ଏହାସହିତ ସେ ଅନେକ ମାଓ ହିଂସା କାଣ୍ଡରେ ସାମିଲ ଥିଲେ। ଶେଷରେ ମାଓବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଏବଂ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ମାଓ ସଙ୍ଗଠନ ଛାଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି।

 

Comments are closed.