ଗୁରୁ ସମ୍ବର୍ଦ୍ଧନା ଉତ୍ସବ

ଆଠଗଡ :  ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁଦିବସ ଉପଲକ୍ଷେ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ପ୍ରେକ୍ଷାଗୃହରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଡଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶ ଏଥିରେ ଅଧ୍ୟକ୍ଷତା କରି ଭାରତୀୟ ସଂସ୍କୃତିରେ ପ୍ରାଚୀନ କାଳରୁ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ସଂପର୍କ ଅତ୍ୟନ୍ତ ମହାନ ବୋଲି ମତବ୍ୟକ୍ତ କରିଥିଲେ। ଗୁରୁଙ୍କ ଦିଗଦର୍ଶନ ଓ ଶିକ୍ଷାଦାନ ବିନା କୌଣସି ଛାତ୍ର ଜୀବନରେ ଉଚ୍ଚତର ସୋପାନ ଛୁଇଁବା ଅସମ୍ଭବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଂପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଉଦବୋଧନ  ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅବସରପ୍ରାପ୍ତ ଶିକ୍ଷକ ହରିହର ଓଝା, ତ୍ରିଲୋଚନ ଦାସ, ଉମେଶ ପ୍ରସାଦ ପଟ୍ଟନାୟକ, ପ୍ରଭାକର ପତ୍ରୀ ଓ ଶିକ୍ଷୟିତ୍ରୀ ସୁଲୋଚନା ରାମଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ଗଡଜାତ ପରିକ୍ରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସଭାପତି ସୁରେଶ ଚନ୍ଦ୍ର ପରିଡା, ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସଭ୍ୟ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସଦାନନ୍ଦ ପଟ୍ଟନାୟକ, ସୁବାସ ରାଉତ, ତ୍ରିଲୋଚନ ବେହେରା, ବିଜୟ କୁମାର ନାୟକ ଓ ସନ୍ତୋଷ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.