ପଦ୍ମଶ୍ରୀ ଉଚ୍ଛବ ଦାସଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର : ପଦ୍ମଶ୍ରୀ ଡ.ଉଚ୍ଛବ ଚରଣ ଦାସଙ୍କୁ ବିଜେପି ଓଡିଶା ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ଓ ବିଜେପି କର୍ମୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । କର୍ମକର୍ତ୍ତା ମାନେ ତଳବଜାର ସ୍ଥିତ ଡ.ଦାସଙ୍କ କାର୍ଯ୍ୟାଳୟର ଭେଟି ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପଦ୍ମଶ୍ରୀ ପୁରସ୍କାରରେ ସମ୍ନାନିତ ହୋଇଥିବାରୁ ଡ.ଦାସ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଚଇତିଘୋଡା ନାଚକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇ ନିଜ ଜାତି, ରାଜ୍ୟ ଓ ଚୌଦ୍ୱାରର ସମ୍ନାନ ବଢାଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ନାୟକ, ଧିରଞ୍ଜନ ସିଂ, ସଞ୍ଜୟ ମହାରଣା, ଉଦୟ ପରିଡା, କାଜୋଲ ପ୍ରୀୟଦର୍ଶିନୀ, ଦୀପକ ବେହେରା, ଚନ୍ଦନ ନାୟକ ଓ ବିରଞ୍ଚି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.