ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

‘ଗୁଣପୁରର ଭାଇଚାରା ମାଟିରେ ସମ୍ବର୍ଦ୍ଧିତ ହୋଇ ମୁ ଆନନ୍ଦିତ ଓ ଗର୍ବିତ’ : ଶାନ୍ତି ଦେବୀ

ଗୁଣପୁର :  ଗୁଣପୁର ଭଳି ଛୋଟିଆ ଭାଇଚାର ସହରବାସୀଙ୍କ ଦ୍ୱାରା ଆଜି ମୁଁ ସମ୍ବର୍ଦ୍ଧିତ ହୋଇ ବହୁତ ଆନନ୍ଦିତ ଓ ଗର୍ବିତ ବୋଲି ପଦ୍ମଶ୍ରୀ  ବିଜେତା ତଥା ଗୁଣପୁରର ବୋଉ ଭାବେ ପରିଚିତ ପଦ୍ମଶ୍ରୀ ଶାନ୍ତି ଦେବୀ  ଭାବ ବିହ୍ଵଳ ହୋଇ କହିଛନ୍ତି । ସେ କହିଛନ୍ତି  ଗରିବ ଆଦିବାସୀ ଓ ଅନାଥଙ୍କୁ ମଣିଷ ପରି ମଣିଷଟିଏ ଗଢିବାର ସ୍ୱପ୍ନ ରଖି  ସେବା ସମାଜ ଗଢି ସାମିଲ ହୋଇଥିଲି,  ଆଜି ମୋର ସେବା କରିବାର ସ୍ୱପ୍ନ ସମ୍ପୂର୍ଣ୍ଣ ସାକାର ହୋଇନଥଲେ ସୁଦ୍ଧା ଗୁଣପୁରବାସୀଙ୍କ ଏତେ ଭଲପାଇବା ଦେଖି ମୋର ମନ ଆଜି ବିଭୋର ହୋଇପଡିଛି ବୋଲି କହିଥିଲେ।  ଗୁଣପୁର ନବ ନିର୍ମାଣ ସମିତି ଆନୁକୂଲ୍ୟରେ ସ୍ଥାନୀୟ ଭେଙ୍କଟେଶ୍ୱର ବାଲାଜୀ ମନ୍ଦିର ପ୍ରାଙ୍ଗଣରେ ସହରର ବିଭିନ୍ନ ସଙ୍ଗଠନ, ସରକାରୀ କର୍ମଚାରୀ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସାମ୍ବାଦିକ ମାନଙ୍କ ପକ୍ଷରୁ ପଦ୍ମଶ୍ରୀ ଶାନ୍ତିଦେବୀଙ୍କୁ ଦିଆଯାଇଥିଲା ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା। ଏହି ପରିପ୍ରେକ୍ଷୀରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନବ ନିର୍ମାଣ ସମିତିର ସଭାପତି ଅକ୍ଷୟ ଦାସ ସଭାପତିତ୍ୱ କରିଥିବା ବେଳେ ଗୁଣପୁର ବିଧାୟକ ରଘୁନାଥ ଗାମଙ୍ଗ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଡ଼ଃ ସତ୍ୟନାରାୟଣ ରଥ ଅତିଥି ଭାବେ ଯୋଗ ଦେଇଥିଲେ।
ସଭା ପ୍ରାରମ୍ଭରେ ଦୁର୍ଗା ଶତପଥୀ ସ୍ୱାଗତ ଭାଷଣ ପ୍ରଦାନକରିଥିବା ବେଳ ସମିତିର ସମ୍ପାଦକ ରଞ୍ଜିତ ପାଢ଼ୀ  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ  ସମ୍ପର୍କରେ ସମ୍ୟକ ବିବରଣୀ  ପ୍ରଦାନ କରିଥିଲେ। ଏହି ଉତ୍ସବରେ ଗୁଣପୁରର ବରିଷ୍ଠ କୃଷିବୀତ କୃଷ୍ଣ ପ୍ରସାଦ ବେବର୍ତ୍ତା, ପ୍ରେସ କ୍ଳବ ସଭାପତି ଦେବେନ୍ଦ୍ର ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ଗାମଙ୍ଗ, ଜିଲ୍ଲା ଛାତ୍ର ବିଜେଡି ସଭାପତି  ପିଙ୍କୁ ପଣ୍ଡା, ମିଲର୍ସ ସଙ୍ଘର  ଲାଡି. ଈଶ୍ୱର ରାଓ, ଓକିଲ ସଂଘର ସଭାପତି ଡ଼ି.ବ୍ରହ୍ମାନନ୍ଦ ପଟ୍ଟନାୟକ, ରମେଶ ଲିମା, ପୂର୍ବତନ ଅଧ୍ୟକ୍ଷ ଶିଵ ପ୍ରସାଦ ଗୌଡ଼,ଏବିଭିପିର  ପ୍ରଶାନ୍ତ ହୋତା, କଳିଙ୍ଗ ବୈଶ୍ୟ ସଙ୍ଘ ର ଏସ.ବାବା ପ୍ରସାଦ, ବଂଶଧାରା ସାହିତ୍ୟ ସମାଜର କୈଳାଶ ଦାସ   ଓ ବହୁ ସଂଘଠନର କାର୍ଯ୍ୟ କର୍ତ୍ତା ସାମିଲ ହୋଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନବ ନିର୍ମାଣ ସମିତି  ପକ୍ଷରୁ ଲାଞ୍ଜିଆ ସୌରାଙ୍କ ଦ୍ୱାର ପ୍ରସ୍ତୁତ  ଚିତ୍ରକଳା ଓ ଉପ ଢୌକନ  ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୈଳାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସହରର ବହୁଲୋକ ଉପସ୍ଥିତି ଥିଲେ।

Comments are closed.