ଧନ୍ଦାମୂଳକ ଶିକ୍ଷା ଅଧୀନ ଏସସି/ଏସଟି ପ୍ରାର୍ଥୀଙ୍କୁ ଫି’ ଛାଡ଼

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ ଅନ୍ତର୍ଗତ ଧନ୍ଦାମୂଳକ ତାଲିମ ନେଉଥିବା ଅନୁସୂଚତି ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କୁ ଫି’ ସମ୍ପୂର୍ଣ ଭାବେ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ମଙ୍ଗଳବାର ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି।

୨୦୧୮ରେ ଜନ ଶିକ୍ଷଣ ସଂସ୍ଥାନ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନକୁ ଆସିବା ପରେ ଅନେକ ଗୁଡିଏ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତଙ୍କ ପାଇଁ ଦକ୍ଷତା ବିକାଶ ସଂରଚନାକୁ ସୁଦୃଢ଼ କରିବ ଦିଗରେ ମନ୍ତ୍ରାଳୟ ନେଉଥିବା ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କୁ ସକ୍ଷମ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହାର ଉଦ୍ଦେଶ୍ୟ। ସୂଚନାଯୋଗ୍ୟ, ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ମଙ୍ଗଳବାର ନିଜ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Comments are closed.