ଫେବୃଆରୀରେ ଜନ୍ମିତ ଶିଶୁ ଅଧିକ ବୁଦ୍ଧିମାନ୍

# ନିକଟରେ ନ୍ୟୁଜିଲାଣ୍ଡର ଗବେଷକଦଳ ପ୍ରକାଶ କରିଛନ୍ତି, ଦୀଘ ୭ ବର୍ଷ ଅନୁଧ୍ୟାନ କରିବା ପରେ ପ୍ରମାଣିତ ହୋଇଛି ଯେ ଫେବୃଆରୀ ଜନ୍ମିତ ଶିଶୁ ଅନ୍ୟ ଶିଶୁଙ୍କ ତୁଳନାରେ ଅଧିକ ବୁଦ୍ଧିମାନ୍ ଓ ଏମାନେ ସୁନ୍ଦର ସ୍ବାସ୍ଥ୍ୟର ଅଧିକାରୀ ମଧ୍ୟ ହୋଇଥାନ୍ତି। ୨୧ହଜାର ପିଲାଙ୍କୁ ନେଇ ହୋଇଥିବା ଗବେଷଣାକୁ ୭ଜଣିଆ ଗବେଷକଦଳ ରୀତିମତ ଅନୁଧ୍ୟାନ କରିବା ପରେ ତଥ୍ୟକୁ ଉନ୍ମୋଚନ କରିଥିଲେ। କୌଣସି ଅପ୍ରୀତିକର ପରିସ୍ଥିତିରେ ଫେବୃଆରୀଜନ୍ମିତ ଶିଶୁ ଚିଡ଼ଚିଡ଼ା ହୋଇନଥାନ୍ତି। ଅନ୍ୟପାଖେ ଏମାନଙ୍କ ବ୍ୟବହାର ମଧ୍ୟ ବେଶ୍ ମାର୍ଜିତ, ବଦ୍‌ଖର୍ଚ୍ଚ ଏ ପିଲାମାନଙ୍କୁ ଆଦୌ ପସନ୍ଦ ନୁହେଁ। ଏହି ମାସରେ ଜନ୍ମିତ ପିଲାମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ ସ୍ବଭାବର ହୋଇଥାନ୍ତି। ୫ ବର୍ଷରୁ ୧୧ ବର୍ଷ ବୟସର ୯ଟି ରାଷ୍ଟ୍ରର ପିଲାଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା।

Comments are closed.