ମଙ୍ଗଳବାର ରାଶିଫଳ ( ୦୯-୦୨-୨୦୨୧ )

ମେଷ: ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ ଶୁଣିବେ।

ବୃଷ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଉପାର୍ଜନରେ ବାଧା ଉପୁଜିପାରେ। ଶୁଭକାର୍ଯ୍ୟ ବର୍ଜନୀୟ। ପାରିବାରିକ ଅଶାନ୍ତି ଦୂର କରିବାକୁ ଉଦ୍ୟମ ଜାରି ରଖିବେ। ଧର୍ମ କ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହେବେ।

ମିଥୁନ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଧୈର୍ଯ୍ୟବାନ୍‌ ହେବେ।

କର୍କଟ: ଶତ୍ରୁର ଉପସ୍ଥିତି ଶୁଣି କ୍ରୋଧିତ ହୋଇପାରନ୍ତି। ଭାଇମାନଙ୍କ ସହଯୋଗରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ଶୁଣି ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

ସିଂହ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଭାବବିହ୍ବଳ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ଲାଭର ସୂଚନା ମିଳୁଛି। ବିଦ୍ୟାବାନ୍‌ ହେବେ। ସନ୍‌ମାର୍ଗୀ ହୋଇପାରନ୍ତି।

କନ୍ୟା: ଶ୍ରମର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷିକ୍ଷେତରୁ ଲାଭବାନ୍‌ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଶତ୍ରୁ ବିନାଶ କରି ଧନ ଭୋଗ କରିପାରନ୍ତି। ତେଜୀୟାନ୍‌ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା: ଆର୍ଥିକ କ୍ଷେତ୍ର ପରିପୂର୍ଣ୍ଣତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଦେବଦର୍ଶନ ଲାଭ କରି ଆତ୍ମସନ୍ତୋଷ ମିଳିବ। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହୋଇପାରନ୍ତି।

ବିଛା: କାର୍ଯ୍ୟରେ ଆଗେଇବା ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଆକସ୍ମିକ ସମସ୍ୟା ଦେଖା ଦେଲେ ବି ତା’ର ଆଶୁ ସମାଧାନ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ନୀତିନିଷ୍ଠ ହେବେ। ସମର୍ପିତ ଭାବର ହେବେ।

ଧନୁ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉତ୍ତମ ଧରଣର ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିପାରନ୍ତି।

ମକର: ଧର୍ମକାର୍ଯ୍ୟରେ ଅଧିକ ଧନ ବ୍ୟୟ କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଛଳନାପୂର୍ଣ୍ଣ କଥା କହି ସାମୟିକ ଭାବେ ଜନ ସମର୍ଥନ ପାଇବେ। ମଧୁରଭାଷୀ ହେବେ।

କୁମ୍ଭ: ଶତ୍ରୁମାନଙ୍କୁ ନିଜବୃଦ୍ଧି ଓ କାର୍ଯ୍ୟ ଦକ୍ଷତା ବଳରେ ନିରସ୍ତ୍ର କରିପାରନ୍ତି। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଧନବାନ୍‌ ହେବେ।

ମୀନ: କର୍ମତତ୍ପର ରହିବେ। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି।

Comments are closed.