ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ପକ୍ଷରୁ ଚଢ଼ାଉ

ଓ୍ୱାଶିଂଟନ୍‌: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ପକ୍ଷରୁ ଚଢ଼ାଉ କରାଯାଉଛି ।  ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଗୁଇନ୍ଦା ସଂସ୍ଥା ଏଫବିଆଇ ଚଢ଼ାଉ କରୁଛି । ଏନେଇ ନିଜେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍‌ କରି ସୂଚନା ଦେଇଥିବା ବେଳେ ସେ ଲେଖିଛନ୍ତି ତାଙ୍କର ଫ୍ଲୋରିଡା ସ୍ଥିତ ଘର, ରିସର୍ଟ ଓ ଫାର୍ମ ହାଉସରେ ଏଫ୍‌ବିଆଇ ଟିମ୍‌ ଚଢ଼ାଉ କରୁଛି । ବିନା ନୋଟିସରେ ଏହି ଚଢ଼ାଉ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ତାହା ଛଡ଼ା ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କିଛି କାଗଜପତ୍ର ନେଇଯାଇଥିବା ଅଭିଯୋଗରେ ଏହି ଚଢ଼ାଉ ହେଉଥିବା କୁହାଯାଉଛି । ଏଥି ସହିତ ସେ ତାଙ୍କ ଟ୍ୱିଟରେ ଆହୁରି ସୂଚନା ଦେଇଛନ୍ତି କି, ୨୦୨୪ ନିର୍ବାଚନରେ ଲଢ଼ିବା ପାଇଁ ମୋତେ ରୋକାଯାଉଛି ବୋଲି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ‘ଏଫବିଆଇର ଏହି କାର୍ଯ୍ୟ ହେଉଛି ପ୍ରତିଶୋଧର ରାଜନୀତି । ଆମେରିକା ପାଇଁ ଏହା ଏକ ଖରାପ ସମୟ । ଅନୁସନ୍ଧାନକାରୀ ସଂସ୍ଥା ୪୫ ତମ ରାଷ୍ଟ୍ରପତିଙ୍କ ଘରେ ଚଢ଼ାଉ କରିଛି । ପୂର୍ବରୁ ଆମେରିକାରେ ଏପରି କେବେ ହୋଇନଥିଲା ।  କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ଚଢ଼ାଉ ହୋଇନାହିଁ । ଏଫବିଆଇ ସହିତ ସାହାଯ୍ୟ ଏବଂ ସହଯୋଗ କରିବା ସତ୍ତ୍ବେ କୌଣସି ସୂଚନା ନ ଦେଇ ତାଙ୍କ ଘରେ ଚଢ଼ାଉ କରାଯାଇଛି । ଯାହାକି ଅତି ନିନ୍ଧନୀୟ ବୋଲି ସେ କହିଛନ୍ତି ।

Comments are closed.