ଝିଅର ମୃତ୍ୟୁ ଖବର ଶୁଣି ପିତାଙ୍କର ମୃତ୍ୟୁ

ଜି.ଉଦୟଗିରି : ଜି.ଉଦୟଗିରି ଥାନା ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମରେ ଏକ ଅଭାବମୟ ଘଟଣା ଘଟିଥିବା ଜଣାପଡିଛି।ରୁଦାଙ୍ଗିଆ ଗ୍ରାମର ରାମମୂର୍ତ୍ତୀ ନାୟକ ୮୫ଙ୍କ ଝିଅ ଶ୍ରୀମତୀ ନିକିମା ନାୟକ ୫୮ଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ବାପା ରାମମୂର୍ତ୍ତୀଙ୍କ ମଧ୍ୟ ପରଲୋକ ହୋଇଯାଇଛି।ରାମମୂର୍ତ୍ତୀ ନାୟକ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବାରୁ ଖ୍ରୀଷ୍ଟିୟାନ ପରମ୍ପରା ଅନୁଯାୟୀ ତାଙ୍କର ଅନ୍ତ୍ୟେଷ୍ଟି କାର୍ୟ୍ୟ ସମାପନ ହୋଇଯାଇଥିବା ବେଳେ ନିକଟରେ ବଡ ପୁଅ ଅନିସୂଦ, ସାନ ପୁଅ ନିସିଦ ବୋହୁ ମାମିଙ୍କ ସହ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।

Comments are closed.