ପାଠ ନ ପଢ଼ିବାରୁ… ୧୦ ବର୍ଷର ପୁଅ ଦେହରେ ତାରପିନ୍‌ ତେଲ ଢାଳି ନିଆଁ ଲଗାଇଦେଲା ବାପା

ପିଲା ପାଠ ନ ପଢ଼ିଲେ ସେମାନଙ୍କୁ ଶାସନ କରିବାର ଅନେକ ଉପାୟ ଅଛି। କିନ୍ତୁ ହାଇଦ୍ରାବାଦର ଜଣେ ବାପା ପୁଅକୁ ଦଣ୍ଡ ଦେବାକୁ ଯାଇ ନିଷ୍ଠୁରତାର ସବୁ ସୀମା ଟପିଯାଇଛି। ପୁଅ ପାଠ ନ ପଢ଼ିବାରୁ ତା’ ଦେହରେ ତାରପିନ୍‌ ତେଲ ଢାଳି ନିଆଁ ଲଗାଇ ଦେଇଛି ବାପା।

ଏହି ଘଟଣା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ୧୦ ବର୍ଷର ପୁଅ ପାଠ ପଢ଼ାରେ ମନଧ୍ୟାନ ନ ଦେବାରୁ ବାପା ଏପରି ନିଷ୍ଠୁର ପଦକ୍ଷେପ ନେଇଛି। ନିଆଁରେ ପୁଅର ୬୦ ପ୍ରତିଶତ ଶରୀର ପୋଡ଼ି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ଅନୁସାରେ, ପିଲାଟିର ବାପା ଜଣେ ଶ୍ରମିକ। ଘଟଣା ପରଠାରୁ​‌ ସେ ଫେରାର ହୋଇଯାଇଛି। ରବିବାର ରାତିରେ କୁକଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

Comments are closed.