ଜୀବନ ଯୁଦ୍ଧରେ ହାରିଗଲେ ଫତେହପୁରର ଦୁଷ୍କର୍ମ ପୀଡିତା, ଦୁଷ୍କର୍ମ ପରେ ଜୀଅନ୍ତା ଜାଳିଥିଲା ଅଭିଯୁକ୍ତ

କାନପୁର: କାନପୁରର ହଲଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଫତେହପୁରର ଦୁଷ୍କର୍ମ ପୀଡିତା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। କିଛି ଦିନ ଧରି ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ମୃତ୍ୟୁ ପୂର୍ବରୁ ହଲଟର ସର୍ଜନ ଡ.ଅନୁରାଗ ସିଂହ କହିଥିଲେ ଯେ, ପୀଡିତାଙ୍କ ଫୁସଫୁସ ଦୁର୍ବଳ ହୋଇଯାଇଛି। ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏହା ସହ ତାଙ୍କ ହୃଦୟ ମଧ୍ୟ ଦୁର୍ବଳ ହୋଇଯାଇଛି।

ସୂଚନାଯୋଗ୍ୟ, ଗତ ଶନିବାର ଅପରାହ୍ନରେ ଉତ୍ତରପ୍ରଦେଶର ଫତେହପୁରରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିଲେ। ଏହି ବିଷୟରେ ପରବାର ଲୋକଙ୍କୁ ଜଣାଇଦେବେ ବୋଲି ପୀଡିତା ଧକମ ଦେବାରୁ ଅଭିଯୁକ୍ତ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ କାନପୁର ମେଡିକାଲ ହଲଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.