ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ କୋର୍ଟ : ପ୍ରତାପ ଜେନା

ଭୁବନେଶ୍ବର : ମହିଳା ଓ ଶିଶୁଙ୍କ ଉପରେ ବୃଦ୍ଧି ପାଉଥିବା ହିଂସା ମାମଲାର ତ୍ବରୀତ ବିଚାର ପାଇଁ ମଙ୍ଗଳବାର ରାଜ୍ୟ ସରକାର ୪୫ଟି ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୀଡ଼ିତାମାନେ ଯେପରି ଖୁବ ଶ୍ରୀଘ୍ର ନ୍ୟାୟ ପାଇ ପାରିବେ ସେ ଉପରେ ଦୃଷ୍ଟି ଦିଆଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

୪୫ଟି ଫାଷ୍ଟଟ୍ରାକ କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ପ୍ରତିଷ୍ଠା କରାଯିବ । ୨୪ଟିରେ ପୋକ୍ସୋ ମାମଲାର ବିଚାର କରାଯିବ । ହାଇକୋର୍ଟରେ ୧୪ ଟି ବିଚାରପତି ପଦବୀ ଖାଲି ପଡ଼ିଛି । ତୁରନ୍ତ ପଦବୀ ପୂରଣ ହେଲେ ତ୍ୱରିତ ନ୍ୟାୟ ମିଳି ପାରିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

Comments are closed.