ଫାଷ୍ଟ୍‍ ଫୁଡ଼ ଖାଇବା ପରେ ଆପଣାନ୍ତୁ ଏହି ଉପାୟ

ଚାଇନିଜ ଖାଦ୍ୟ ହେଉ ଅଥବା ବିଭିନ୍ନ ପ୍ରକାର ଫାଷ୍ଟ୍‍ ଫୁଡ଼କୁ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଏହିସବୁ ଖାଦ୍ୟ ଖାଇବା ପରେ କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ, ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଏହା ବିଷୟରେ….
ଚାଇନିଜ ଖାଦ୍ୟ ଯେପରି ଚାଓମିନ, ମୋମୋଜ ଆଦି ମଇଦାରୁ ପ୍ରସ୍ତୁତ ହୋଇଥାଏ। ମଇଦା ଜାତୀୟ ଦ୍ରବ୍ୟ ଖାଇବା ପରେ ଏହା ଆମ ଶରୀର ଭିତରେ ଲାଖି ହୋଇ ଚିକଟା ଭଳି ରହିଯାଏ। ତେଣୁ ମଇଦା ଜାତୀୟ ଖାଦ୍ୟ ଖାଇବା ପରେ କିଛି ଗରମ ପାନୀୟ ପିଇବା ଆବଶ୍ୟକ।
ନିଜ ଇଚ୍ଛାନୁଯାୟୀ ଆପଣ ଚାଇନିଜ ଖାଦ୍ୟ ଖାଇବା ପରେ କିଛି ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗରମ ପାଣି ପିଇବା ଦ୍ୱାରା ଏହି ଖାଦ୍ୟ ଶରୀର ଭିତରେ ଲାଖି ହୋଇ ଚିକଟା ଭଳି ରହିନଥାଏ।
ଆପଣଙ୍କୁ ଯଦି ଗରମ ପାଣି ପିଇବା ପସନ୍ଦ ନୁହେଁ, ତେବେ ସୁପ ମଧ୍ୟ ପିଇପାରିବେ।
ଚା’ ଓ କଫି ପିଇପାରିବେ।
ଚାଇନିଜ ଖାଇବା ପରେ କିଛି ସମୟରେ ବାହାରକୁ ଆସି ଚାଲିବା ଦ୍ୱାରା ମଧ୍ୟ ଖୁବ ଆରମ ଅନୁଭବ ହୋଇଥାଏ।

Comments are closed.