‘ଆମେ ବିଜେପିର ଶତ୍ରୁ: ମୋଦୀ ସରକାରକୁ ପୁଣି ସମାଲୋଚନା କଲେ ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ : ଯେବେଠାରୁ ଗୃହବନ୍ଦୀରୁ ଜାମ୍ମୁକାଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ମେହେବୁବା ମୁଫତି ଓ ଓମାର ଅବଦୁଲ୍ଲା ମୁକୁଳିଲେଣି, ସେବେଠାରୁ କ୍ରମାଗତ ଭାବରେ ସେମାନେ ମୋଦୀ ସରକାରକୁ ସମାଲୋଚନା କରି ଆସୁଛନ୍ତି। କେବଳ ସମାଲୋଚନା ନୁହେଁ ମେହେବୁବ। ମୁଫତି ତ ଭାରତୀୟ ଜାତୀୟ ପତାକା ନ ଧରିବା ଏବଂ କାମ ନ ମିଳିଲେ ଯୁବକମାନେ ବନ୍ଧୁକ ଧରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ନିଜକୁ ବିଜେପିର ଶତ୍ରୁ ବୋଲି ଘୋଷଣା କରିଛନ୍ତି । ଏକ ବିବୃତିରେ କହିଛନ୍ତି ଯେ ଆମେ ବିଜେପିର ଶତ୍ରୁ । ସେମାନେ ସେମାନେ ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନମାନଙ୍କୁ ପରସ୍ପରଠାରୁ ଅଲଗା କରିବାକୁ ଚାହୁଁଛନ୍ତି। ଆମେ ମହାତ୍ମା ଗାନ୍ଧୀଙ୍କ ଭାରତରେ ବିଶ୍ୱାସ କରୁ |
ଗତବର୍ଷ ଅଗଷ୍ଟ ୫ ତାରିଖରେ  ଜାମ୍ମୁ କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ମେହେବୁବା ଓ ଫାରୁକ ଏକାଠି ହୋଇଛନ୍ତି ।  ପ୍ରଥମ ଥର ପାଇଁ ନଭେମ୍ବର୨୮ ତାରିଖରେ ୬ ରାଜନୈତିକ ଦଳ ଏକାଠି ହେବାକୁ ଯାଉଛନ୍ତି । ରାଜ୍ୟ ମାନ୍ୟତା ପୁନଃବାହାଲ କରିବା ନିମନ୍ତେ  ଏହି ଦଳଗୁଡ଼ିକ ଦାବି କରି ଆସୁଛନ୍ତି ।  ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା ଗୁପ୍ତକର ମିଳିତ ମଞ୍ଚରେ ନିର୍ବାଚନରେ ​​ବିଜେପିକୁ ପରାସ୍ତ କରିବାକୁ ଚାହୁଁଛନ୍ତି । ଏପରିକି ଜାମ୍ମୁ କାଶ୍ମୀରରେ ବିଜେପିର ପ୍ରଭାବକୁ ରୋକିବା ପାଇଁ ସେ ଡିଡିସି ନିର୍ବାଚନରେ ​​ଭାଗ ନେବେ ବୋଲି ଘୋଷଣା କରିଛନ୍ତି।

Comments are closed.