ବ୍ରହ୍ମପୁର : ରାଜପଥ ଅବରୋଧ କଲେ କୃଷକ ସଂଗଠନ

ବ୍ରହ୍ମପୁର : କୃଷି ଆଇନ୍‌ ବାତିଲ୍‌ ଦାବିରେ ଚାଲିଥିବା କୃଷି ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଶନିବାର ବିଭିନ୍ନ ସଂଗଠନ ତରଫରୁ ଚକାଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଥିଲା। ବ୍ରହ୍ମପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚେନ୍ନାଇ-କଲିକତା ୧୬ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିପଲ୍ଲୀ ପାଖରେ ରାଜପଥ ଅବରୋଧ କରାଯାଇଛି। ଫଳରେ ଜାତୀୟ ରାଜପଥର ଉଭୟ ପଟରେ ବହୁ ସଂଖ୍ୟାରେ ଟ୍ରକ୍‌ ଏବଂ ଅନ୍ୟାନ୍ୟ ଯାନ ଅଟକି ରହିଛି। ବିଶୃଙ୍ଖଳା ଭୟରେ ପୁଲିସ ମୁତୟନ କରାଯାଇଛି। ଏହି ଆନ୍ଦୋଳନରେ ବିଭିନ୍ନ କୃଷକ ସଂଗଠନ ଏଆଇକେକେଏମ୍‌ଏସ୍‌, ଏଆଇକେଏମ୍‌ଏସ୍‌, ଏଆଇକେଏସ୍‌, ଏଆଇକେଏସ୍‌ସିସି ଆଦି ଭାଗନେଇଛନ୍ତି।

Comments are closed.