ପଞ୍ଜୀକୃତ ଚାଷୀ ଦ୍ୱନ୍ଦ୍ୱରେ : ଲୋଇସିଂହା ବ୍ଲକରେ ଭାଗ ଚାଷୀଙ୍କୁ ବି ମିଳିନି ଟୋକନ୍

ଲୋଇସିଂହା : ଲୋଇସିଂହା ବ୍ଲକ ଅଞ୍ଚଳରେ ଚାଷୀଙ୍କଠାରୁ ଧାନ କ୍ରୟ ଆରମ୍ଭ ହୋଇଛି। ମାତ୍ର ଅନେକ ଚାଷୀଙ୍କ ଟୋକନ ପହଂଚିବାରେ ବିଳମ୍ବ ଯୋଗୁ ଚାଷୀ ହଇରାଣ ହେଉଥିବା ସୂଚନା ମିଳିଛି।

ଲୋଇସିଂହା ପେକ୍ସରେ ୩୦୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ମାତ୍ର ୨୧ ଜଣଙ୍କ ଟୋକନ ଆସିଛି। ପେକ୍ସରେ ୪ହଜାର କ୍ୱିଣ୍ଟାଲ ଧାନ ୨ଟି ରାଇସ ମିଲ ସହଯୋଗରେ କିଣା ଯିବା ପାଇଁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଧାର୍ଯ୍ୟ ହୋଇଛି। ଏଠାରେ ନବ ନିର୍ମିତ ଗୋଦାମକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ରାସ୍ତାର ଅସୁବିଧା ପାଇଁ ଟ୍ରକ ଆସୁ ନଥବାରୁ ଚାଷୀମାନେ ବିରକ୍ତି ପ୍ରକାଶ କରୁଥିଲେ। ମାତ୍ର ପେକ୍ସ ସଂପାଦକଙ୍କ ଉଦ୍ୟମରେ ରାସ୍ତା କରାଯାଇଥିବାରୁ ଚାଷୀମାନେ ଅଶ୍ୱସ୍ତି ପ୍ରକାଶ କରିଛନ୍ତି। କନ୍ଦାଯୁରୀ ପେକ୍ସରେ ଧାନ କ୍ରୟ ୧୦ହଜାର ୩ଶହ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ତାଲିକାଭୁକ୍ତ ୪୨୧ ଚାଷୀଙ୍କ ମଧ୍ୟରୁ ମାତ୍ର ୩୩ ଜଣ ଚାଷୀଙ୍କ ଟୋକନ ପହଞ୍ଚିଛି। ଏହି ପେକ୍ସରୁ ୪ଟି ରାଇସ୍ ମିଲକୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି। ଠିକ୍ ସେହିପରି କୁଶଙ୍ଗ ପେକ୍ସରେ ୬୧୨ ଜଣ ଚାଷୀ ତାଲିକା ଭୁକ୍ତ ହୋଇଥିବା ବେଳେ ୧୪୪ ଜଣଙ୍କ ଟୋକନ ପହଞ୍ଚିଛି। ଏଠାରୁ ୨୦ହଜାର ଶହେ କ୍ୱିଣ୍ଟାଲ ଧାନ ୬ଟି ରାଇସ ମିଲ ସହ ଯୋଗରେ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବାଦିମୁଣ୍ଡା ପେକ୍ସରେ ପଞ୍ଜୀକରଣ ହୋଇଥିବା ୪୮୨ ଚାଷୀଙ୍କ ମଧ୍ୟରୁ ୬୩ ଜଣ ଚାଷୀଙ୍କ ଟୋକନ ଆସିଛି। ଏଠାରୁ ୧୪ହଜାର୧୦୦ କ୍ୱିଣ୍ଟାଲ ଧାନ ୪ଟି ମିଲ ସହଯୋଗରେ ଉଠାଯିବା ପାଇଁ ଲକ୍ଷ୍ୟ ରହିଛି। ସରଗାଡ ପେକ୍ସରୁ ମଧ୍ୟ ୫୧୯ ଜଣ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୪୪ ଜଣଙ୍କ ଟୋକନ ଆସିଛି। ୧୪ହଜାର୭ଶହ କ୍ୱିଣ୍ଟାଲ ଧାନ ୪ଟି ମିଲ ଜରିଆରେ ଉଠାଯିବା ପାଇଁ ନିର୍ଦ୍ଦେଶ ରହିଛି। ୧୦ହଜାର କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ଥିବା ରେଂଗାଲି ପେକ୍ସରେ ୩୪୫ ଜଣ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୬୦ ଜଣଙ୍କ ଟୋକନ ଆସିଥିବା ବେଳେ ୧୦ହଜାର ୪ଶହ କ୍ୱିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ ଥିବା ଗଡଶଙ୍କର ଡୁଙ୍ଗୁରିପାଲି ପେକ୍ସରେ ୨୯୪ ଜଣ ତାଲିକା ଭୁକ୍ତ ଚାଷୀଙ୍କ ମଧ୍ୟରୁ ୬୫ ଜଣଙ୍କ ଟୋକନ ଆସିଛି। ଯୋଗିସର୍ଡା ପେକ୍ସରେ ସର୍ବାଧିକ ୭୯୪ ଜଣ ତାଲିକା ଭୁକ୍ତ ଚାଷୀ ରହିଥିବା ବେଳେ ଏଠାରୁ ୧୫ହଜାର ୪ଶହ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି। ମାତ୍ର ବର୍ତମାନ ସୁଦ୍ଧା ଟୋକନ ଆସିଛି ମାତ୍ର ୬୧ଟି। ଅନ୍ୟପଟେ ବୁର୍ଡା ପେକ୍ସରେ ୫୭ ଜଣଙ୍କ ଟୋକନ ଆସିଥିବା ବେଳେ ପଞ୍ଜୀକୃତ ଚାଷୀ ରହିଛିନ୍ତି ୩୮୬ ଜଣ। ଏହି ପେକ୍ସରୁ ୬ହଜାର ୪ଶହ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି। ସର୍ବନିମ୍ନ ୨୨୦ ଜଣ ପଞ୍ଜୀକୃତ କୁଶମେଲ ପେକ୍ସରେ ୫୨ ଜଣଙ୍କ ଟୋକନ ଆସିଥିବା ବେଳେ ୧୧ହଜାର ୪ଶହ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଠିକ ସମୟରେ ଟୋକନ ଆସୁ ନଥିବାରୁ ଓ ଚଳିତ ବର୍ଷ ଧାନ ଆଦାୟ ଭଲ ରହିଥିଲେ ହେଁ ପ୍ରାୟ ପ୍ରତ୍ୟେକ ପେକ୍ସରେ ୩ କେଜି ଲେଖାଏଁ କଟନି ହେଉଥିବାରୁ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

Comments are closed.