ନାସିକରୁ ୩ ହଜାର କୃଷକ ଦିଲ୍ଲୀ ଯିବେ

ମୁମ୍ବଇ : ଦିଲ୍ଲୀ ସୀମାନ୍ତରେ କୃଷକଙ୍କ ଆନ୍ଦୋଳନ ୨୩ ଦିନରେ ପହଞ୍ଚିଥିବାବେଳେ ସେମାନଙ୍କ ପ୍ରତି ଦେଶର ବିଭିନ୍ନ ସ୍ଥାନରୁ ସମର୍ଥନ ବୃଦ୍ଧିପାଇଚାଲିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୧ରେ ନାସିକରୁ ୩ହଜାର କୃଷକଙ୍କର ଏକ ଶୋଭାଯାତ୍ରା ଦିଲ୍ଲୀ ଆସିବ ବୋଲି ଘୋଷଣା କରାଯାଇଛି। ଅଲ ଇଣ୍ଡିଆ କିଷାନ ସଭାର ମହାରାଷ୍ଟ୍ର ଶାଖା ପକ୍ଷରୁ କୁହାଯାଇଛି ଯେ ଏହି ଶୋଭାଯାତ୍ରା ସୋମବାର ବାହାରିବ। ଏକ ବଡ଼ ସଭା ପରେ ଟେମ୍ପୋ, ଟ୍ରକ୍‌, ବସ୍‌, କାର ଭଳି ବିଭିନ୍ନ ଗାଡ଼ିରେ ଶୋଭାଯାତ୍ରାକାରୀମାନେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଦେଇ ଦିଲ୍ଲୀ ଯିବେ। ବିଭିନ୍ନ ସ୍ଥାନରେ ସଭା ଆୟୋଜନ କରାଯିବ ଓ ଏହା ମାଧ୍ୟମରେ ଅନ୍ୟ ଅଞ୍ଚଳର ଚାଷୀମାନେ ଶୋଭାଯାତ୍ରାରେ ସାମିଲ ହେ​‌େ​‌ବ ବୋଲି କିଷାନ ସଭାର ନେତା ଅଶୋକ ଧୱାଲେ କହିଛନ୍ତି।

Comments are closed.