୩୦ରେ କୃଷକ ଓ କେନ୍ଦ୍ର ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀ ଉପକଣ୍ଠରେ ଆନ୍ଦୋଳନ ଚଳାଇଥିବା କୃଷକ ଏବଂ କେନ୍ଦ୍ର ସରାକରଙ୍କ ମଧ୍ୟରେ ଆସନ୍ତାକାଲି ବଦଳ​ରେ ବୁଧବାର ୩୦ ତାରିଖରେ ଆଉ ଏକ ପର୍ଯ୍ୟାୟ  ଆଲୋଚନା ଅନୁଷ୍ଠିତ ହେବ। ୩୦ ତାରିଖ ଦିନ ୨ଟାରେ ବିଜ୍ଞାନ ଭବ​ନରେ​‌ ଏହି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।​‌ ସେମବାର ଏହି କୃଷକ ଆନ୍ଦେଳନ ୩୩ ଦିନରେ ପହଞ୍ଚିଛି।

ପୂର୍ବରୁ  ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଆଉ ଏକ ପର୍ଯ୍ୟାୟ ବୈଠକ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଦିଲ୍ଲୀର ସିଙ୍ଘୁ ସୀମାରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ କହିଛନ୍ତି, କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ଯ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖି ସାନି ଆଲୋଚନା ପାଇଁ ଆମନ୍ତ୍ରଣ
କରିଥିଲେ।

କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ୍‍ କହିଛନ୍ତି, କୃଷକମାନଙ୍କ ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ କରାଯିବା ଲାଗି ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଅଗ୍ରୱାଲ୍‍ କୃଷକ ସଙ୍ଗଠନଗୁଡ଼ିକୁ ଆହ୍ୱାନ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ସ୍ଥିରିକୃତ ସମୟ ଓ ଦିନରେ ପରିବର୍ତ୍ତନ କରାଯାଇଛି।

Comments are closed.