ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ରେଙ୍ଗାଲିକେମ୍ପ : ଅତାବିରା ବ୍ଳକ ଅନ୍ତର୍ଗତ ହିଲ୍ଲିପାଲି ପଞ୍ଚାୟତ ଟାଙ୍ଗର ଟିକ୍ରା ର ଚାଷୀ ବୃନ୍ଦାବନ ଭୁଏ (୬୨) କୀଟନାଶକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ତାଙ୍କୁ ପ୍ରଥମେ ଗୋଡଭଗା ଓ ପରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା।  ରାତି ପ୍ରାୟ ୧‍:୩୦ ମିନିଟ ରେ ପ୍ରାଣ ହରାଇଥିବା ତାଙ୍କ ମଝିଆଁ ପୁଅ ଗଣନାଥ ଭୂଏ କହିଛନ୍ତି। ଗତ ଖରିଫ ରୁତୁ ରେ ପ୍ରୟ ୧୦ ଏକର ନିଜ ଜମିରେ ଧାନ ଚାଷ କରି ଟୋକନ ସମସ୍ୟା କାରଣରୁ ଏ ପର୍ୟ୍ୟନ୍ତ ୧୦୦ ବସ୍ତା ଧାନ ଅବିକ୍ରି ହୋଇ ଖଳାରେ ପଡି ରହିଛି। ସୋସାଇଟି ର ୩ ଲକ୍ଷ ଟଙ୍କା ରୁଣ, ମହାଜନୀ ରୁଣ ସାଙ୍ଗକୁ ପରିବାର ପୋଷଣ ଚିନ୍ତା ରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି। ମୃତକ ଚାଷୀ ଙ୍କ ୩ ପୁଅ ଅବିବାହିତ ଏବଂ ୨ ଝିଅ ବିବାହିତ ଅଛନ୍ତି। ବଡ ପୁଅ ତାମିଲନାଡୁ ଦାଦନ ଯାଇଛି। ସାନ ପୁଅ ମେଟ୍ରିକ୍ ପାଠ ପଢି ଘରେ ଅଛି। ଗତ ରବି ରୁତୁ ରେ ଧାନ ବିକ୍ରି ସମସ୍ୟା ଏବଂ ଚଳିତ ଖରିଫ ରୁତୁ ରେ ଚାଷ ପାଇଁ ରୁଣ ଏହା ସାଙ୍ଗକୁ ପରିବାର ପୋଷଣ ଚିନ୍ତା ରେ ବୃନ୍ଦାବନ ଭୁଏ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି।

Comments are closed.