ବିକ୍ଷୋଭକାରୀ କୃଷକଙ୍କୁ ଲାଠିମାଡ଼

ପାଟନା : ବିହାରରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ଉପରେ ପୁଲିସ ଲାଠିମାଡ କରିଛି। ଆନ୍ଦୋଳନକାରୀ କୃଷକମାନେ ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇବା ସହିତ ଲାଠିମାଡ କରିଥିଲା। ଲାଠିମାଡରେ ଅନେକ କୃଷକ ଆହତ ହୋଇଛନ୍ତି। ବିଭିନ୍ନ କୃଷକ ସଂଗଠନ ସହିତ ବାମଦଳ ସମର୍ଥିତ ଗୋଷ୍ଠୀ ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ଡାକ ବଙ୍ଗଳା ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ସହିତ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହେବା ସହ ଲାଠିମାଡ ହୋଇଥିଲା।

Comments are closed.