ମଞ୍ଚ ଉପରେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଲେ କୃଷକ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକଙ୍କୁ ଜଣେ ବୟସ୍କ କୃଷକ ଚାପୁଡ଼ା ମାରିଛନ୍ତି। ମଞ୍ଚ ଉପରେ ଚାପୁଡ଼ା ମାରିବା ସହ ଏହା ‘ତୁମ ଗାଲରେ ଚାଚାଙ୍କ ଗେଲ’ ବୋଲି ସମ୍ପୃକ୍ତ କୃଷକ କହୁଥିବାର ଶୁଣାଯାଉଛି। ଚାପୁଡ଼ା ଖାଇଥିବା ବିଧାୟକ ହେଉଛନ୍ତି ପଙ୍କଜ ଗୁପ୍ତା। ସେ ଉନ୍ନାଓ ସଦର ଆସନରୁ ପ୍ରତିନିଧିତ୍ବ କରୁଛନ୍ତି। ଅପରପକ୍ଷରେ ମାଡ଼ ମାରିଥିବା କୃଷକଙ୍କ ନାମ ଛତ୍ରପାଲ ବୋଲି ଜଣାପଡ଼ିଛି। ବିରୋଧୀଙ୍କ ଅପପ୍ରଚାର ରୋକିବାକୁ ସମ୍ପୃକ୍ତ କୃଷକ ତାଙ୍କର ଚାଚା ଓ ମଜାରେ ଏମିତି ଚାପୁଡ଼ା ମାରିଥିଲେ ବୋଲି ବିଧାୟକ କହିଥିଲାବେଳେ ଛତ୍ରପାଲ କହିଛନ୍ତି ଯେ ବିଧାୟକଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନାହିଁ। ସେ କେବଳ ଚେତାଇ ଦେବା ପାଇଁ ମାରିଥିଲେ।

Comments are closed.