କୃଷି ନୀତିକୁ ନେଇ ପଦ୍ମପୁରରେ ବିଶାଳ ସମାବେଶ​‌ରେ ଗର୍ଜିଲେ ଚାଷୀ

ପଦ୍ମପୁର: ସରକାରଙ୍କ କୃଷି ନୀତି କୃଷକଙ୍କ ଲାଗି ଅହିତକର ଓ ଏହାକୁ ପ୍ରତ୍ୟାହାର କରାଯାଉ । ଏହି ଦାବି ନେଇ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ହୋଇଛି ବିଶାଳ ଚାଷୀ ସମାବେଶ । ପଦ୍ମପୁର ଅଞ୍ଚଳରୁ ବହୁ ଚାଷୀ ଏଥିରେ ଯୋଗ ଦେଇଥିଲେ । ପ୍ରଥମେ ଚାଷୀମାନେ ଶତାଧିକ ଟ୍ରାକ୍ଟର ସହ  ସହର ପରିକ୍ରମା କରିଥିଲେ।ସରକାରଂକ କୃଷକ ବିରୋଧି  ଆଇନ ବିରୁଦ୍ଧରେ ପ୍ଲାକାର୍ଡ ,ଶ୍ଲୋଗାନ ଦେଇଥିଲେ ।
ପରେ ଗୋରୁ ବଜାର ଠାରେ  ରାଜ ବୋଡା ସମ୍ବର କୃଷକ ସଂଗଠନର ସ୍ଥାୟୀ ସଭାପତି ବାଂଛାନିଧି ନାୟକଂକ ଅଧ୍ୟକ୍ଷତାରେ ବିକ୍ଷୋଭ ସମାବେଶ ଆରମ୍ଭ ହୋଇଥିଲା। କୃଷକ ସଂଗଠନର ଆବାହକ ଅଶୋକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।  ପାଇକମାଲ ବ୍ଲକ ରାଜ ବୋଡା କୃଷକ ସଂଗଠନର ସଭାପତି ବିଶ୍ବନାଥ ରଣା ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ।ଜୟ କିଷାନ ଆନ୍ଦୋଳନର ରମେଶ ମହାପାତ୍ରଂକ ସଂଯୋଜନା କରିଥିଲେ।ସମ୍ବଲପୁର କୃଷକ ସଂଗଠନର ଅଶୋକ ପ୍ରଧାନ,ସରୋଜ ମହାନ୍ତି,ବ୍ୟୋମକେଶ ଠାକୁର,ଦେବେନ ପ୍ରଧାନ,ହର ବଣିଆ,ସୁଶୀଳ ସାହୁ,ଅଚ୍ୟୁତ ସିପୁନ ଖମାରୀ,ପ୍ରଦୀପ ସ୍ବାଇଁ,ମୁରାରୀ ପ୍ରସାଦ ପୁରୋହିତ,ହରି ଶଂକର ପୁରୋହିତ,ସନ୍ତୋଷ ବେହେରା, ଗୋ ସେବକ ଅଶୋକ ସାହୁ,ନାରାୟଣ ବେହେରା,ମୁକେଶ ସାହୁ,ଅଜିତ ଶତପଥି,ଶାନ୍ତି ସ୍ବରୁପ ଭାଇ,ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତିର ଆବାହକ ଲିଂଗରାଜ ପ୍ରମୁଖ  ସରକାରଂକ ଚାଷୀମାରଣ ନୀତି ବିରୋଧରେ  ଗର୍ଜ୍ଜିଥିଲେ ।
କୃଷି କ୍ଷେତ୍ରରେ ବଡ ବଡ କଂପାନୀର ପ୍ରବେଶ,ଅତ୍ୟାବଶ୍ୟକ ଦ୍ରବ୍ୟ ମହଜୁଦ ରଖିବାରେ କୌଣସି କଟକଣା ରହିବ ନାହିଁ।ଫଳରେ ବଡ କଂପାନୀମାନେ ମନ ଇଛା ସାମଗ୍ରୀ ମହଜୁଦ ରଖି ମନଇଛା ଦରବୃଦ୍ଧି କରିବେ। ଆଇନ ବଳରେ ଏମଏସପିର କୌଣସି ମୂଳ୍ୟ ରହିବ ନାହିଁ।ମଣ୍ତି ବ୍ୟବସ୍ଥା ସଂପୂର୍ଣ୍ଣ  ଭୁଷୁଡି ଯିବ।ତେଣୁ ଚାଷୀ ନେତା ମାନେ ଆଗାମୀ ଦିନରେ ଚାଷୀ ଖରାପ ସମୟ ଦେଖିବେ ବୋଲି ମତବ୍ୟକ୍ତ କରିଥିଲେ ।ଏପରି ପରିସ୍ଥିତି ସମ୍ମୁଖିନ ହେବା ପୂର୍ବରୁ ଚାଷୀ ସତର୍କ ହେବା ଆବଶ୍ୟକ ।ଉପସ୍ଥିତ ଚାଷୀମାନେ ଚାଷୀ ବିରୋଧି ନିୟମକୁ ପ୍ରତ୍ୟାଖ୍ୟାନ ପୂର୍ବକ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବାକୁ ମତ ପୋଷଣ କରିଥିଲେ ।

Comments are closed.