କୃଷି ଶ୍ରମିକ ଏବଂ କୃଷକ ମାନଙ୍କର ସମାବେଶ

ବେଗୁନିଆ  : ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ଠାରେ ମହାନ ଅକ୍ଟୋବର ଦିବସ ଉପଲକ୍ଷେ କୃଷକ ଶ୍ରମିକ ମାନଙ୍କର ସମାବେଶ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଜୟ ଗୁମାନସିଂ ଲାଲ ପତାକା ଉତ୍ତୋଳନ କରିଥିଲେ ।ବିଶିଷ୍ଟ ଶ୍ରମିକ ନେତା ବସନ୍ତକୁମାର ପାଇକରାୟ ସଭାପତିତ୍ୱ କରିଥିଲେ । କୃଷକସଭାର ରାଜ୍ୟ ସାଧାରଣ ସମ୍ପାଦକ ତଥା କମ୍ୟୁନିଷ୍ଟ ନେତା କ୍ଷୀରୋଦ ସିଂଦେଓ ଉଦବୋଧନ ଦେଇ ପୁଞ୍ଜିବାଦର ଏକମାତ୍ର ବିକଳ୍ପ ସମାଜବାଦ ଏବଂ ମଣିଷ ଉପରେ ମଣିଷର ଶୋଷଣ ଲୋପ ହେବା ଦରକାର ବୋଲି କହିଥିଲେ ।ଛାତ୍ରସଙ୍ଘର ରାଜ୍ୟ ସଭାପତି ସଂଘମିତ୍ର ଜେନା, ଜିଲ୍ଲା ସିପିଆଇ ସମ୍ପାଦକ ସତୀଶ ମିଶ୍ର ,ଜୋନ ସମ୍ପାଦକ ଲକ୍ଷ୍ମଣ ସେଠୀ ,ସନାତନ ମାଝି ,ସମାଜସେବୀ ପ୍ରଶାନ୍ତ ପାଇକରାୟ ,ମହିଳା ସଭାନେତ୍ରୀ ପ୍ରମୋଦିନି ପାଇକରାୟ ,ସୁମନ୍ତ ଛୋଟରାୟ ,ଅଜୟ ମଙ୍ଗରାଜ ,ଲଛମନନାୟକ ,କେଳୁ ଦେହୁରୀ ,ଯୁବନେତା ପଦ୍ମଲୋଚନ ପାତ୍ର ,ଧନେଶ୍ୱର ମାର୍ଥ। ପ୍ରମୁଖ ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।ଅବସରପ୍ରାପ୍ତ ସେନା କର୍ମଚାରୀ ଲକ୍ଷ୍ମୀଧର ପଣ୍ଡା ଓ ସମାଜସେବୀ ଗୀତାଞ୍ଜଳି ମହାନ୍ତି ସିପିଆଇ ରେ ଯୋଗ ଦେବା ପାଇଁ ଘୋଷଣା କରିଥିଲେ ।

Comments are closed.